ମିଛ ସାକ୍ଷୀ ଦେଇ ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ
ବରଗଡ଼ : ମିଛ ସାକ୍ଷୀ ହେଲା କାଳ I ଭିଜିଲାନ୍ସ ନିକଟରେ ଅଭିଯୁକ୍ତ ସପକ୍ଷରେ ମିଛ ସାକ୍ଷୀ ଦେଇ ଚାକିରୀ ବିଦା ହୋଇଛନ୍ତି ବିଜେପୁର ଆରଡବ୍ଲୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକ I ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ଆଗରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ୨୦୧୧ […]
ବରଗଡ଼ : ମିଛ ସାକ୍ଷୀ ହେଲା କାଳ I ଭିଜିଲାନ୍ସ ନିକଟରେ ଅଭିଯୁକ୍ତ ସପକ୍ଷରେ ମିଛ ସାକ୍ଷୀ ଦେଇ ଚାକିରୀ ବିଦା ହୋଇଛନ୍ତି ବିଜେପୁର ଆରଡବ୍ଲୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକ I ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ଆଗରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ମାମଲାରେ ସେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। ଏହି ମାମଲାରେ ଅଭିଯୁକ୍ତ କିରାଣି ଆନନ୍ଦ ଆନନ୍ଦ ସରାଫ ଛାଡ଼ ପାଇଯାଇଥିଲେ।ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।




