ବାକି ଟଙ୍କା ମାଗିବାରୁ ନିଆଁ ଲଗାଇଦେଲା ଅଭିଯୁକ୍ତ
କଳାହାଣ୍ଡି : ବାକି ଟଙ୍କା ଫେରସ୍ତ ମାଗିବା ହେଲା କାଳ । ଟଙ୍କା ଫେରସ୍ତ ବାହାନାରେ ଡାକି ଯୁବକଙ୍କୁ ଜାଳି ଦେଲା ଅଭିଯୁକ୍ତ I ଏ ଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ପେଟ୍ରୋଲ ପମ୍ପ ନିକଟରେ । ଗୁରୁତର ବ୍ୟକ୍ତି ହେଲେ ଅଞ୍ଜନ ପାଢୀ । ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ,ସହରର କଶାକେନ୍ଦୁ ଛକ ନିକଟରେ ଭଡ଼ା ଘରେ ଅଞ୍ଜନ ରୁହନ୍ତି । ଜଣେ […]
କଳାହାଣ୍ଡି : ବାକି ଟଙ୍କା ଫେରସ୍ତ ମାଗିବା ହେଲା କାଳ । ଟଙ୍କା ଫେରସ୍ତ ବାହାନାରେ ଡାକି ଯୁବକଙ୍କୁ ଜାଳି ଦେଲା ଅଭିଯୁକ୍ତ I ଏ ଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ପେଟ୍ରୋଲ ପମ୍ପ ନିକଟରେ । ଗୁରୁତର ବ୍ୟକ୍ତି ହେଲେ ଅଞ୍ଜନ ପାଢୀ । ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ,ସହରର କଶାକେନ୍ଦୁ ଛକ ନିକଟରେ ଭଡ଼ା ଘରେ ଅଞ୍ଜନ ରୁହନ୍ତି । ଜଣେ ବ୍ୟକ୍ତିଙ୍କୁ ସେ୨ଲକ୍ଷ ଟଙ୍କା ଉଧାର ଦେଇଥିଲେ । ବାରମ୍ବାର ଟଙ୍କା ଫେରସ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଞ୍ଜନ କହିବା ପରେ ମଧ୍ୟ ସେ କିଛିବି ଶୁଣୁ ନଥିଲେ । ଗତକାଲି ଅଞ୍ଜନ ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଉଧାର ଟଙ୍କା ମାଗିଥିଲେ I ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା I ଏହାପରେ ଅଭିଯୁକ୍ତ ଜଣକ ଅଞ୍ଜନଙ୍କୁ ଟଙ୍କା ଫେରସ୍ତ ବାହାନାରେ ଖରିଆର ରାସ୍ତାକୁ ଡାକି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ କିଛି ବ୍ୟକ୍ତି ଉଦ୍ଧାର କରି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।




