ପୋଲିସ ହେପାଜତରୁ ଖସି ଯାଇ ନଦୀରେ ପଶିଗଲା ଅଭିଯୁକ୍ତ

କଟକ : ପୋଲିସ ଆଖିରେ ଧୂଳିଦେଇ ଅଭିଯୁକ୍ତ ଫେରାର I ଶୌଚ ଯିବା ବାହାନାରେ ଥାନାରେ ଖସି ଯାଇଥିଲେ ଅଭିଯୁକ୍ତ I ଘଟଣା ଘଟିଛି କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଂଚଳରେ I ତେବେ ଅଭିଯୁକ୍ତ ଜଣକ ଥାନାରୁ ବାହାରି ଦୌଡ଼ି ଯାଇ ସିଧା ମହାନଦୀ ଭିତରକୁ ପଶି ଯାଇଥିଲେ ବୋଲି ଜଣା ପଡିଛି I ଘଟନାନୁସାରେ,ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଓରଫ ବବଲୁଙ୍କୁ ଏକ ମୋବାଇଲ ଚୋରିକେଶ ରେ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣି ଅଟକ ରଖିଥିଲା ପୋଲିସ […]

Samaya Live Picture
Published On

କଟକ : ପୋଲିସ ଆଖିରେ ଧୂଳିଦେଇ ଅଭିଯୁକ୍ତ ଫେରାର I ଶୌଚ ଯିବା ବାହାନାରେ ଥାନାରେ ଖସି ଯାଇଥିଲେ ଅଭିଯୁକ୍ତ I ଘଟଣା ଘଟିଛି କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଂଚଳରେ I ତେବେ ଅଭିଯୁକ୍ତ ଜଣକ ଥାନାରୁ ବାହାରି ଦୌଡ଼ି ଯାଇ ସିଧା ମହାନଦୀ ଭିତରକୁ ପଶି ଯାଇଥିଲେ ବୋଲି ଜଣା ପଡିଛି I

ଘଟନାନୁସାରେ,ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଓରଫ ବବଲୁଙ୍କୁ ଏକ ମୋବାଇଲ ଚୋରିକେଶ ରେ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣି ଅଟକ ରଖିଥିଲା ପୋଲିସ I ଶଙ୍କର୍ଷଣଙ୍କୁ ପ୍ରଥମେ ବିଡାନାସୀ ଓ ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା I ତେବେ ଆଜି ସକାଳେ ବବଲୁ ଶୌଚ ହେବାକୁ ଯାଇ ଥାନା ଭିତରୁ ବାହାରି ଚାଲି ଆସିଥିଲେ I ଏହାପରେ ସେ ଧରା ପଡିଯିବା ଭୟରେ ସିଧା ଯାଇ ମହାନଦୀ ଭିତରେ ପଶି ଯାଇଥିଲେ I ଘଟଣା ଜଣାପଡିବା ପରେ ଅଗ୍ନିଶମ ବାହିନୀ ଆସି ତାଙ୍କୁ ଖୋଜ ଖୋଜି କରିଥିଲେ ମଧ୍ୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳି ପାରିନାହିଁ I

Tags: