ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ତୁମୁଳ କାଣ୍ଡ

ଭୁବନେଶ୍ୱର : ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ରେ ସମ୍ପର୍କୀୟଙ୍କ ତୁମୁଳକାଣ୍ଡ I ସମ୍ପର୍କୀୟ ମାନେ ହସ୍ପିଟାଲ ଭିତରେ ପଶି ନର୍ସ,ଡାକ୍ତର,ସିକ୍ୟୁରିଟି ଗାର୍ଡ ସମସ୍ତଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି I ଏହାର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି I ଘଟଣା ଘଟିଛି ଭୁବନେଶ୍ୱର ରବୀଟକିଜ ସ୍ଥିତ ଶ୍ରୀ’ହସ୍ପିଟାଲ ରେ I ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ବଡ଼ଗଡ଼ […]

Samaya Live Picture
Published On

ଭୁବନେଶ୍ୱର : ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ରେ ସମ୍ପର୍କୀୟଙ୍କ ତୁମୁଳକାଣ୍ଡ I ସମ୍ପର୍କୀୟ ମାନେ ହସ୍ପିଟାଲ ଭିତରେ ପଶି ନର୍ସ,ଡାକ୍ତର,ସିକ୍ୟୁରିଟି ଗାର୍ଡ ସମସ୍ତଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି I ଏହାର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି I ଘଟଣା ଘଟିଛି ଭୁବନେଶ୍ୱର ରବୀଟକିଜ ସ୍ଥିତ ଶ୍ରୀ’ହସ୍ପିଟାଲ ରେ I ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ପହଁଚି ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଧିଆଖାଲ ବସ୍ତିର ନରେନ୍ଦ୍ର ଦାଶ ଓ ଲୁଇସରୋଡ଼ ଅଂଚଳର ସ୍ମୃତି ରଞ୍ଜନ ମହାନ୍ତି I

ସୂଚନାନୁସାରେ,ଆକ୍ରମଣକାରୀ ଯୁବକମାନେ ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ଆଣିଥିଲେ। ରୋଗୀର ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସମସ୍ୟା ଥିବାରୁ ଭଲ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ୍‌ ନେବାକୁ ଡାକ୍ତର କହିଥିଲେ।

ଏହାପରେ ସମ୍ପର୍କୀୟ ରାଜଧାନୀ ଭୁବନେଶ୍ୱରର ଏକ ବଡ଼ ହସ୍ପିଟାଲ୍‌କୁ ନେଇଥିଲେ। ହେଲେ ସେଠାରେ ରୋଗୀର ମୃତ୍ୟୁ ହେବା ପରେ, ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ’ହସ୍ପିଟାଲକୁ ଆସି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହିତ ନର୍ସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Tags: