ଭୟଙ୍କର ଦୁର୍ଘଟଣା,୪ଟି ପିକ୍‌ଅପ୍‌ ଭ୍ୟାନ୍ କୁ ପିଟିଲା ଔଷଧ ବୋଝେଇ ଟ୍ରକ୍

ରେଢାଖୋଲ : ୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ି ଗଲା ଔଷଧ ବୋଝେଇ ମିନି ଟ୍ରକ I ଦୁର୍ଘଟଣା ଘଟାଇ ମିନି ଟ୍ରକ ଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ୪ ପିକ୍‌ଅପ୍ ଡ୍ରାଇଭର। ଦୁର୍ଘଟଣା ପରେ ଗାଡି ଗୁଡିକ ଭାଙ୍ଗି ଚୁରମାର ହୋଇ ଯାଇଥିବା ସୂଚନା ମିଳିଛି I ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ […]

Samaya Live Picture
Published On

ରେଢାଖୋଲ : ୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ି ଗଲା ଔଷଧ ବୋଝେଇ ମିନି ଟ୍ରକ I ଦୁର୍ଘଟଣା ଘଟାଇ ମିନି ଟ୍ରକ ଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ୪ ପିକ୍‌ଅପ୍ ଡ୍ରାଇଭର। ଦୁର୍ଘଟଣା ପରେ ଗାଡି ଗୁଡିକ ଭାଙ୍ଗି ଚୁରମାର ହୋଇ ଯାଇଥିବା ସୂଚନା ମିଳିଛି I ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ।

ସୂଚନାନୁସାରେ ଗତକାଲି ରାତିରେ ୪ଟି ପିକ୍‌ଅପ୍‌ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍‌ ଲୋଡ୍ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତି ହୋଇଯିବାରୁ ରେଢାଖୋଲ ନିକଟରେ ସେମାନେ ଗାଡ଼ି ରଖି ଶୋଇଥିଲେ। ଏହି ସମୟରେ ଏକ ଔଷଧ ବୋଝେଇ ମିନି ଟ୍ରକ୍‌ ଦ୍ରୁତ ଗତିରେ ଆସି ୪ଟି ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇ ଟ୍ରକ ଟି ରାସ୍ତା କଡ଼କୁ ଓଲଟି ପଡିଥିଲା । ସୌଭାଗ୍ୟ ବଃଶତ ଏତେ ବଡ଼ ଦୁର୍ଘଟଣାରେ ୪ଜଣ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭରଙ୍କର କିଛି ହୋଇନଥିଲା। ପୁଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।

Tags: