ଘର ମାଲିକଙ୍କୁ ଠେଙ୍ଗାରେ ପିଟି ହତ୍ୟାକଲା ଭଡାଟିଆ
ଢେଙ୍କାନାଳ : ହତ୍ୟାକାରୀ ଭଡାଟିଆ I ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ଭଡାଟିଆ I ଘଟଣା ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ନୂଆ ଶଅରସାହିରେ । ମୃତକ ହେଲେ ଶଅର ସାହିର ରୋହିତ ପ୍ରଧାନ । ଘର ଛାଡିବା ପାଇଁ କହିବାରୁ ରୋହିତଙ୍କୁ ଅଭିଯୁକ୍ତ ନିର ଭୂତିଆ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଖବରପାଇ କାମାକ୍ଷାନଗର […]
ଢେଙ୍କାନାଳ : ହତ୍ୟାକାରୀ ଭଡାଟିଆ I ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ଭଡାଟିଆ I ଘଟଣା ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ନୂଆ ଶଅରସାହିରେ । ମୃତକ ହେଲେ ଶଅର ସାହିର ରୋହିତ ପ୍ରଧାନ । ଘର ଛାଡିବା ପାଇଁ କହିବାରୁ ରୋହିତଙ୍କୁ ଅଭିଯୁକ୍ତ ନିର ଭୂତିଆ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଖବରପାଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ନିରଭୂତିଆକୁ ନିକଟସ୍ଥ ଘଞ୍ଚଜଙ୍ଗଲରୁ ମାଡିବସିଥିବା ସୂଚନା ମିଳିଛି ।
ଘଟନାନୁସାରେ, ପ୍ରାୟ ବର୍ଷେ ପୂର୍ବରୁ ଅଭିଯୁକ୍ତ ନିର ଭୁତିଆ ଓ ତାଂକ ସ୍ତ୍ରୀ ପାପୀନା ୪ମାସ ପାଇଁ ଚୁକ୍ତି କରି ପ୍ରାୟ ବର୍ଷେ ଧରି ରୋହିତଙ୍କ ଘରେ ରହି ଆସୁଥିଲେ I ନିର ଏବଂ ପପୀନାଙ୍କ ପ୍ରେମ ବିବାହ ହୋଇଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡା ହେଉଥିଲା I ସେହିଭଳି ଗତକାଲି ଝଗଡା ଉଗ୍ରରୂପ ନେଇଥିଲା I ଘରେ ବାରମ୍ବାର ଝଗଡା ହେଉଥିବାରୁ ଘର ମାଲିକ ରୋହିତ ପ୍ରଧାନ ଗତକାଲି ଆସି ନିର ଭୁତିଆଙ୍କୁ ଘର ଛାଡିବାକୁ କହିଥିଲେ I ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ନିର ଘରୁ ଏକ ଠେଙ୍ଗା ଆଣି ରୋହିତଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ନିର ଯାଇ ଏକ ଜଙ୍ଗଲରେ ଲୁଚିଥିଲେ। ତାଂକ ଚରିତ୍ରକୁ ସନ୍ଦେହ କରି ବାରମ୍ବାର ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ପପୀନା । ଏପରିକି ତାଂକ ସ୍ୱାମୀକୁ ଗିରଫ କରି ଦଣ୍ଡ ଦେବାକୁ ନିବେଦନ କରିଛନ୍ତି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ନିରକୁ ଜଙ୍ଗଲରୁ କାବୁ କରି ଥାନାକୁ ନେଇ ପଚରାଉଚରା କରୁଛି।




