ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ : ଆତ୍ମହତ୍ୟା କଲେ ଆଉ ଜଣେ ଟେଲିଭିଜନ ଅଭିନେତ୍ରୀ I ଶୁଟିଂ ସେଟ୍‌ରେ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ତୁନିଷା ଶର୍ମା I ଗତକାଲି ସେ ସବ ଟିଭି ରେ ପ୍ରସାରିତ ହେଉଥିବା ଟେଲି ସିରିଏଲ ଅଲୀ ବାବା-ଦାସ୍ତା-ଇ-କବୁଲରେ ଅଭିନୟ କରୁଥିବାବେଳେ ସୁଟିଂ ପାଇଁ ନାଇଗାଓଁରେ ସ୍ଥିତ ସ୍ଟୁଡିଓକୁ ଆସିଥିଲେ I ସୁଟିଂ ପୂର୍ବରୁ ମେକଅପ ପାଇଁ ଯାଇ ସେଠାରୁ ଆଉ ଫେରି ନଥିଲେ,କିଛି ସମୟ ପରେ ତାଙ୍କ ରୁମ ର କବାଟ ବାଡେଇବାରୁ ସେ ଫ୍ୟାନରେ […]

Samaya Live Picture
Published On

ମୁମ୍ବାଇ : ଆତ୍ମହତ୍ୟା କଲେ ଆଉ ଜଣେ ଟେଲିଭିଜନ ଅଭିନେତ୍ରୀ I ଶୁଟିଂ ସେଟ୍‌ରେ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ତୁନିଷା ଶର୍ମା I ଗତକାଲି ସେ ସବ ଟିଭି ରେ ପ୍ରସାରିତ ହେଉଥିବା ଟେଲି ସିରିଏଲ ଅଲୀ ବାବା-ଦାସ୍ତା-ଇ-କବୁଲରେ ଅଭିନୟ କରୁଥିବାବେଳେ ସୁଟିଂ ପାଇଁ ନାଇଗାଓଁରେ ସ୍ଥିତ ସ୍ଟୁଡିଓକୁ ଆସିଥିଲେ I ସୁଟିଂ ପୂର୍ବରୁ ମେକଅପ ପାଇଁ ଯାଇ ସେଠାରୁ ଆଉ ଫେରି ନଥିଲେ,କିଛି ସମୟ ପରେ ତାଙ୍କ ରୁମ ର କବାଟ ବାଡେଇବାରୁ ସେ ଫ୍ୟାନରେ ବେକରେ ଓଢଣୀ ଲଗାଇ ଝୁଲି ପଡିଥିବା ର ଦେଖିବାକୁ ମିଳିଥିଲା । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ସୁଟିଂ ସେଟ୍‌ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲI । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’, ‘ଭାରତ କା ବୀର ପୁତ୍ର-ମହାରାଣା ପ୍ରତାପ’ ଭଳି ଅନେକ ଗୁଡିଏ ଟିଭି ସିରିଏଲ ରେ ସେ ଦମଦାର ଅଭିନୟ କରିଛନ୍ତି I ପୂର୍ବରୁ ତୁନିଷା ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଥାପିଥିଲେ । ଏକାଧିକ ସିରିଏଲରେ କାମ କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ। ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ। ୨୦୧୬ରେ ରିଲିଜ ହୋଇଥିବା କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ “ଫିତୁର’, ବିଦ୍ୟା ବଲାନଙ୍କ ‘କାହାନୀ-୨’ରେ ତାଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲ। ମୃତ୍ୟୁ ବେଳକୁ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା I ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ସେ ମୃତ୍ୟୁର ୫ ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଥିଲେ I