ନକ୍ସଲ ସଂପୃକ୍ତି ଅଭିଯୋଗରେ ଶିକ୍ଷକ ଗିରଫ

ମୋହନା : ଶିକ୍ଷକଙ୍କୁ ମହଙ୍ଗା ପଡିଲା ନକ୍ସଲ ସଂପୃକ୍ତି । ମାଓ ସମ୍ପୃକ୍ତି ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ଗଜପତି ପୋଲିସ । ଅଡ଼ବା ଥାନା ନୂଆ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ କୁମାର ନାୟକ ପୋଲିସ ହାତରେ ଗିରଫ ହୋଇଛନ୍ତି। ଅଡବା ଥାନା ପୋଲିସ ସୂଚନାନୁଯାୟୀ ,ପ୍ରତାପ କୁମାର ନାଏକ କିଛି ବର୍ଷ ହେଲା ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି […]

ନକ୍ସଲ ସଂପୃକ୍ତି ଅଭିଯୋଗରେ ଶିକ୍ଷକ ଗିରଫ
Samaya Live Picture
Published On

ମୋହନା : ଶିକ୍ଷକଙ୍କୁ ମହଙ୍ଗା ପଡିଲା ନକ୍ସଲ ସଂପୃକ୍ତି । ମାଓ ସମ୍ପୃକ୍ତି ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ଗଜପତି ପୋଲିସ । ଅଡ଼ବା ଥାନା ନୂଆ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ କୁମାର ନାୟକ ପୋଲିସ ହାତରେ ଗିରଫ ହୋଇଛନ୍ତି।

ଅଡବା ଥାନା ପୋଲିସ ସୂଚନାନୁଯାୟୀ ,ପ୍ରତାପ କୁମାର ନାଏକ କିଛି ବର୍ଷ ହେଲା ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଏହା ପୂର୍ବରୁ ସେ ନକ୍ସଲ ସଂଗଠନରେ ସାମିଲ ଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ନକ୍ସଲ ହିଂସାକାଣ୍ଡରେ ସାମିଲ ଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ୨୦୧୧ ମସିହାରେ ତାଙ୍କ ନାମରେ ନକ୍ସଲ ହିଂସାକାଣ୍ଡ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଆଧାରରେ ପ୍ରତାପଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

ସେହିପରି ଅଡବା, ମୋହନା, ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଆହୁରି ଅନେକ ଶିକ୍ଷକଙ୍କ ନାଁରେ ନକ୍ସଲ ସଂପୃକ୍ତି ଓ ଗଞ୍ଜେଇ ଚାଲାଣର ମାମଲା ରହିଛି । ସେମାନଙ୍କୁ ତୁରନ୍ତ ଥାନାରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ଏହାସହ ବ୍ଲକ ଶିକ୍ଷାଧିକାରୀଙ୍କୁ ପୋଲିସ ପକ୍ଷରୁ ଏକ ଚିଠି କରାଯାଇଛି । ଯଦି ସେମାନେ ଆତ୍ମସମର୍ପଣ ନକରନ୍ତି, ତେବେ ସେମାନେ ଯେଉଁଠି ଥିଲେ ବି ତାଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସ୍‌ପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Tags: