ପିଲାଚୋରି ନେଇ ବୁଲାବିକାଳିଙ୍କୁ ନିସ୍ତୁକ ମାଡ଼
ପଟ୍ଟାମୁଣ୍ଡାଇ : ପିଲାଚୋରି ସନ୍ଦେହରେ ବୁଲାବିକାଳି ଦମ୍ପତିଙ୍କୁ ନିସ୍ତୁକ ମାଡ଼ । ଜଣେ ୬ ବର୍ଷର ଶିଶୁକୁ ପ୍ଲାଷ୍ଟିକ ଡବାରେ ଭର୍ତ୍ତିକରି ନେଇ ଯାଉଥିବାବେଳେ ପ୍ଲାଷ୍ଟିକ ବିଲକାଳୀ ଦମ୍ପତିଙ୍କୁ ଧରିଥିଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶାସନ ଗ୍ରାମରେ ଘଟିଛି ଏହି ଘଟଣା । ଉଭୟ ଦମ୍ପତିଙ୍କୁ ରାଜନଗର ନିମପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ । ଧରାପଡିଥିବା ବୁଲାବିକାଳୀଂକ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ସୂଚନାନୁସାରେ,ଆଜି ସକାଳେ […]
ପଟ୍ଟାମୁଣ୍ଡାଇ : ପିଲାଚୋରି ସନ୍ଦେହରେ ବୁଲାବିକାଳି ଦମ୍ପତିଙ୍କୁ ନିସ୍ତୁକ ମାଡ଼ । ଜଣେ ୬ ବର୍ଷର ଶିଶୁକୁ ପ୍ଲାଷ୍ଟିକ ଡବାରେ ଭର୍ତ୍ତିକରି ନେଇ ଯାଉଥିବାବେଳେ ପ୍ଲାଷ୍ଟିକ ବିଲକାଳୀ ଦମ୍ପତିଙ୍କୁ ଧରିଥିଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶାସନ ଗ୍ରାମରେ ଘଟିଛି ଏହି ଘଟଣା । ଉଭୟ ଦମ୍ପତିଙ୍କୁ ରାଜନଗର ନିମପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ । ଧରାପଡିଥିବା ବୁଲାବିକାଳୀଂକ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି ।
ସୂଚନାନୁସାରେ,ଆଜି ସକାଳେ ଶାସନ ଗ୍ରାମର ଅରୁଣ ମଳିକଙ୍କ ୬ ବର୍ଷର ପୁଅ ସାଇ ଏବଂ ଅନ୍ୟ ଜଣେ ଛୋଟ ପିଲା ଶୌଚ ହେବାକୁ ଯାଇଥିବାବେଳେ ବୁଲିବୁଲି ପ୍ଲାଷ୍ଟିକ ଡ୍ରମ ବିକ୍ରି କରୁଥିବା ୨ ଜଣ ସ୍ୱାମୀ ସ୍ତ୍ରୀ କୌଶଳ କରି ସାଇକୁ ଉଠାଇ ନେଇଥିଲେ । ଏହା ଦେଖି ସେଠାରୁ ଅନ୍ୟ ଜଣେ ପିଲା ଦୌଡ଼ି ଆସି ଗ୍ରାମରେ ଖବର ଦେବାରୁ ଗ୍ରାମବାସୀ ଯାଇ ଉଭୟ ବୁଲାବିକାଳିଙ୍କୁ ଧରିଥିଲେ । ସେମାନଙ୍କ ପାଖରେ ଥିବା ଏକ ବଡ଼ ପ୍ଲାଷ୍ଟିକ ଡ୍ରମ ଭିତରୁ ସାଇ କୁ ଉଦ୍ଧାର କରାଯାଇଥିଲା । ଏହାଦେଖି ଗ୍ରାମବାସୀ ଉତ୍ୟକ୍ତ ହୋଇ ୨ ଜଣକୁ ନିମପୁର ପଞ୍ଚାୟତ କାର୍ଯ୍ୟାଳୟରେ ଭର୍ତି କରି ନିସ୍ତୁକ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଥିବା ଜଣାପଡିଛି ।




