ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ଼

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ଼ । ଗତ ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ପଶି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଛୁରାମାଡ଼ ଫଳରେ ସୈଫଙ୍କ ଶରୀରରେ ୫ ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି। ସୈଫଙ୍କ ହାତ, ପିଛି ଏବଂ ବେକରେ […]

Samaya Live Picture
Published On

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କୁ ଛୁରାମାଡ଼ । ଗତ ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ପଶି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଛୁରାମାଡ଼ ଫଳରେ ସୈଫଙ୍କ ଶରୀରରେ ୫ ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି। ସୈଫଙ୍କ ହାତ, ପିଛି ଏବଂ ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି।

ସୂଚନାନୁସାରେ,ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ଏହିସମୟରେ ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୨-୩ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପୋଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି ।

Tags: