ଭିଜିଲାନ୍ସ ଜାଲରେ ତହସିଲଦାର
ଖଣ୍ଡପଡ଼ା :ଭିଜିଲାନ୍ସ ଜାଲରେ ଫସିଲେ ତହସିଲଦାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ ତହସିଲଦାର ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି। ବାଲିଗାଡ଼ି ଛାଡିବା ପାଇଁ ଜଣେ ଦଲାଲଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଧୋବେଇ ନାୟକ […]
ଖଣ୍ଡପଡ଼ା :ଭିଜିଲାନ୍ସ ଜାଲରେ ଫସିଲେ ତହସିଲଦାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ ତହସିଲଦାର ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି। ବାଲିଗାଡ଼ି ଛାଡିବା ପାଇଁ ଜଣେ ଦଲାଲଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଧୋବେଇ ନାୟକ ।
ସୂଚନା ଅନୁସାରେ , ବିଭିନ୍ନ ସମୟରେ ଖଣ୍ଡପଡା ତହସିଲଦାରଙ୍କ ଲାଞ୍ଚ ସମ୍ପର୍କିତ ଖବର ସୂଚନା ମିଳୁଥିଲା I ସେ ବିଭିନ୍ନ କାମ ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ I ସେହିପରି ଗତକାଲି ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ ଲାଞ୍ଚୁଆ ମୁଖା ଖୋଲିଥିଲା। ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗାଡ଼ି ମାଲିକ ଚନ୍ଦନ ଜେନାଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ପ୍ରସନ୍ନ ସାହୁଙ୍କୁ ମାଡ଼ିବସିଥିଲା ନୟାଗଡ ଭିଜିଲାନ୍ସ ଟିମ୍ । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି। ଯାହା ପରେ ଭିଜିଲାନ୍ସ ତହସିଲଦାରଙ୍କ ଘରେ ରେଡ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ଆୟବହିର୍ଭୁତ ସମ୍ପତି ଜବତ ହୋଇଛି ସଠିକ ତଥ୍ୟ ମିଳିପାରି ନାହିଁ ।




