ଝାଡୁଦାର ଚାକିରୀ ଠକେଇ ,ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର : ସମ୍ବଲପୁର ଝାଡୁଦାର ଚାକିରୀ ଠକେଇ ଘଟଣା । ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ । ଝାଡୁଦାର ଚାକିରୀ ପାଇଁ ୧୨ ହଜାର ଟଙ୍କା ଏବଂ ସୁପରଭାଇଜର ଚାକିରୀ ପାଇଁ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଉଥିଲା । ଏହି ମିଛ ଚାକିରୀ ରାକେଟରେ ଫସିଯାଇ ଶହ ଶହ ଲୋକଙ୍କ ଠାରୁ ପ୍ରାୟ ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲେ ୨ ଠକ ରାହୁଲ ଓରଫ୍ ସମ୍ରାଟ ରାୟ ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି […]

ଝାଡୁଦାର ଚାକିରୀ ଠକେଇ ,ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ
Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ଝାଡୁଦାର ଚାକିରୀ ଠକେଇ ଘଟଣା । ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ । ଝାଡୁଦାର ଚାକିରୀ ପାଇଁ ୧୨ ହଜାର ଟଙ୍କା ଏବଂ ସୁପରଭାଇଜର ଚାକିରୀ ପାଇଁ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଉଥିଲା । ଏହି ମିଛ ଚାକିରୀ ରାକେଟରେ ଫସିଯାଇ ଶହ ଶହ ଲୋକଙ୍କ ଠାରୁ ପ୍ରାୟ ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲେ ୨ ଠକ ରାହୁଲ ଓରଫ୍ ସମ୍ରାଟ ରାୟ ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି । ଏମାନଙ୍କ ପାଇଁ ମଧ୍ୟସ୍ଥି ଭାବରେ କାମ କରୁଥିଲେ ଚିପିଲିମାର ସ୍ବର୍ଣପ୍ରଭା ପାଢ଼ୀ । ରାହୁଲ ଏବଂ ପଦ୍ମାବତୀ ନିଜକୁ ଏସ୍ଏମ୍‌ସି ସ୍ବୀକୃତିପ୍ରାପ୍ତ ସଂସ୍ଥାର କର୍ମଚାରୀଭାବରେ ପରିଚୟ ଦେଇଥିଲେ । ସେମାନେ ସ୍ଵର୍ଣ୍ଣପ୍ରଭାଙ୍କୁ ତାଙ୍କ ସଂସ୍ଥାର ସୁପରଭାଇଜର ଭାବେ ନିଯୁକ୍ତି ଦେଇଥିଲେ । ଚାକିରି ପାଇଁ ସ୍ଥାନୀୟ ଅଧିବାସୀଙ୍କଠାରୁ ୧୨ ହଜାର ଟଙ୍କା ଲେଖାଏଁ ଆଦାୟ ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସେ ପ୍ରାୟ ୬୩୪ ଜଣ ଲୋକଙ୍କଠାରୁ ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲେ । ମାତ୍ର ଏହା ଏକ ଠକ ସଂସ୍ଥା ହୋଇଥିବା ଜଣା ପଡିବା ପରେ ୨ ଠକଙ୍କୁ ବାନ୍ଧିଥିଲା ପୋଲିସ ସେମାନଙ୍କ ନିକଟରୁ ୬୩ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଟଙ୍କା ଦେଇଥିବା ପ୍ରାର୍ଥୀମାନେ ସ୍ଵର୍ଣ୍ଣପ୍ରଭାଙ୍କୁ ଟଙ୍କା ଫେରସ୍ତ ପାଇଁ କହିବାରୁ ସେ ମ୍ରିୟମାଣ ହୋଇ ଘସମାରା ବିଷ ପି’ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ନସିଂହୋମରେ ଭର୍ତ୍ତି କରାଯାଇଥିଲା ବର୍ତ୍ତମାନ ସେ ବିପଦମୁକ୍ତ ଥିବା ବୁର୍ଲା ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Tags: