ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଜପତି : ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସକାଳ ୫ଟା ସମୟରେ ପିଟି କରିବା ପାଇଁ ପିଲାମାନେ ଉଠି ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ହଷ୍ଟେଲ ସିଡି ରେ ଦେଖି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଛାତ୍ରୀ ଜଣଙ୍କ ବେକରେ ବେଡସିଟ ଗୁଡ଼ାଇ ଝୁଲି ପଡିଥିବା ଦେଖାଯାଇଥିଲା I ଏହା […]

Samaya Live Picture
Published On

ଗଜପତି : ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସକାଳ ୫ଟା ସମୟରେ ପିଟି କରିବା ପାଇଁ ପିଲାମାନେ ଉଠି ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ହଷ୍ଟେଲ ସିଡି ରେ ଦେଖି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଛାତ୍ରୀ ଜଣଙ୍କ ବେକରେ ବେଡସିଟ ଗୁଡ଼ାଇ ଝୁଲି ପଡିଥିବା ଦେଖାଯାଇଥିଲା I ଏହା ପରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣଙ୍କ ଅଲୋଡ଼ା ଗ୍ରାମର ବୋଲି ଜଣା ପଡିଛି I ମୃତ ଛାତ୍ରୀଙ୍କ ସହ ତାଙ୍କ ଭଉଣୀ ମଧ୍ୟ ସେହି ନବୋଦୟ ସ୍କୁଲରେ ପଢୁଥିଲେ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ କରିବା ସହ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ମୃତକ ଜଣଙ୍କ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ସ୍କୁଲ କର୍ତ୍ତପକ୍ଷ କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସେପଟେ ଏହା ଏକ ହତ୍ୟା ଘଟଣା ଓ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବୀ କରିବା ସହ ଏକ ଏଫଆଇଆର ଦାୟର କରିଛନ୍ତି ଛାତ୍ରୀଙ୍କ ବାପା । ଯାହାକୁ ନେଇ ପାରଲାଖେମୁଣ୍ଡି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Tags: