ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହ ଜନକ ମୃତ୍ୟୁ
ସମ୍ବଲପୁର : ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ସନ୍ଦେହ ଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରବ୍ ଟାଇଫସ୍ କୁହାଯାଉଛି । ମାତ୍ର ତାଙ୍କୁ ପାନୀୟରେ ସ୍ଲୋ ପଏଜନ୍ ଦେଇ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ସୋସିଆଲ ମିଡିଆରେ ପୋଷ୍ଟ […]
ସମ୍ବଲପୁର : ସମ୍ବଲପୁରୀ ଗାୟିକା ରୁକ୍ ସାନା ବାନୋଙ୍କ ସନ୍ଦେହ ଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍କ୍ରବ୍ ଟାଇଫସ୍ କୁହାଯାଉଛି । ମାତ୍ର ତାଙ୍କୁ ପାନୀୟରେ ସ୍ଲୋ ପଏଜନ୍ ଦେଇ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ପରିବାର ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସୂଚନାନୁସାରେ, ଗତ ୨ ମାସ ଧରି ଉକ୍ତ ସମ୍ବଲପୁରୀ ଗାୟକ ରୁକ୍ ସାନାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ରୁକସାନାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଭିଡିଓଟି ପୋଷ୍ଟ କରାଯାଇଛି । ବରଗଡରେ ସୁଟ୍ ହୋଇଥିବା ‘ସମ୍ବଲପୁରୀଆ ଫୁଲ’ ଗୀତରେ ରୁକସାନା ଅଭିନୟ କରିବା ପରେ ବିବାଦ ଆରମ୍ଭ ହୋଇଥିବା ରୁକସାନାଙ୍କ ମାଁ କହିଛନ୍ତି । ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମନୋଜ ମିଶ୍ରଙ୍କ ସହ ରୁକସାନା ଯୋଗଦେବା ଘଟଣା ପରେ ତାଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ହୋଇଥିଲା । ତେବେ ବଲାଙ୍ଗୀର ବସ୍ଷ୍ଟାଣ୍ଡ୍ରେ ଶୁଟିଂ ଚାଲିଥିବା ବେଳେ ଅଗଷ୍ଟ ୨୭ରେ ରୁକ୍ସାନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଭବାନୀପାଟଣା,ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ହଠାତ ରୁକ୍ ସାନା ଅସୁସ୍ଥ ହେବ। ପଛରେ ତାଙ୍କୁ ଷଡଯନ୍ତ୍ର କରି ସ୍ଲୋ ପଏଜନ୍ ଦିଆଯାଇଥିବା କଥା ତାଙ୍କ ମା’ଓ ଭଉଣୀ ଅଭିଯୋଗ କରିଛନ୍ତି ।




