ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ
ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ଘର ଠାରୁ ୨୦୦ ମିଟର ଦୂରରେ ମହିଳାଙ୍କ ମୃତ ଦେହ ପଡିଥିବାର ଦେଖାଯାଇଥିଲା I ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି I ମୃତ୍ୟୁ ବେଳକୁ ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଦାସ ସାହିରେ I ମୃତ ମହିଳା ଜଣଙ୍କ ହେଲେ ଦାସ ସାହିର ସିପୁନ ଦାସଙ୍କ ୨ୟ ପତ୍ନୀ ତପସ୍ୱିନୀ […]
ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ଘର ଠାରୁ ୨୦୦ ମିଟର ଦୂରରେ ମହିଳାଙ୍କ ମୃତ ଦେହ ପଡିଥିବାର ଦେଖାଯାଇଥିଲା I ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି I ମୃତ୍ୟୁ ବେଳକୁ ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା I ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଦାସ ସାହିରେ I ମୃତ ମହିଳା ଜଣଙ୍କ ହେଲେ ଦାସ ସାହିର ସିପୁନ ଦାସଙ୍କ ୨ୟ ପତ୍ନୀ ତପସ୍ୱିନୀ ଦାସ।
ସୂଚନାନୁସାରେ,ତପସ୍ୱିନୀ ପ୍ରାୟ ୯ ମାସ ପୂର୍ବରୁ ସେହି ଗାଁରେ ସିପୁନ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ସିପୁନୁ ଦାସ ପୂର୍ବରୁ ବିବାହ କରିଥିବା ବେଳେ ତପସ୍ୱିନୀ ହେଉଛନ୍ତି ତାଙ୍କର ଦିତୀୟ ସ୍ତ୍ରୀ। ତେବେ ପାରିବାରିକ କାରଙ୍କୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ପାଟିତୁଣ୍ଡ ହେଉଥିଲା I ଏହି କାରଣରୁ ଗତ ବିଳମ୍ବିତ ରାତିରେ ତପସ୍ଵିନୀଙ୍କୁ ତଣ୍ଟିଚିପି ହତ୍ୟା କରି ଫୋପାଡ଼ି ଦେଇଥିବା ଜଣାପଡିଛି I ଏନେଇ ତପସ୍ଵିନୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ I ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ,ତପସ୍ଵିନୀଙ୍କ ସ୍ୱାମୀ ସିପୁନ ଦାସ ଫେରାର ହୋଇଯାଇଛନ୍ତି।




