ମା’ପୁଅଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ବନ୍ଦ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମା’ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ। ମୃତ ମହିଳା ହେଲେ ଡି.ନିଳାବେଣୀ (୨୫) ଓ ତାଙ୍କ ପୁଅ ଡି. ରିତିକ (୭)। ମା’ ପୁଅଙ୍କ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କାରଣ ଅସ୍ପଟ ରହିଛି I ସୂଚନାନୁସାରେ, ଚୁଡ଼ିଆଲାଞ୍ଜି ଗାଁର ଡି.ମୋହନ ରାଓ ଦୁବାଇରେ ଚାକିରୀ କରନ୍ତି I ତାଙ୍କ ସାନ […]

Samaya Live Picture
Published On

ବ୍ରହ୍ମପୁର : ବନ୍ଦ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମା’ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ। ମୃତ ମହିଳା ହେଲେ ଡି.ନିଳାବେଣୀ (୨୫) ଓ ତାଙ୍କ ପୁଅ ଡି. ରିତିକ (୭)। ମା’ ପୁଅଙ୍କ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କାରଣ ଅସ୍ପଟ ରହିଛି I

ସୂଚନାନୁସାରେ, ଚୁଡ଼ିଆଲାଞ୍ଜି ଗାଁର ଡି.ମୋହନ ରାଓ ଦୁବାଇରେ ଚାକିରୀ କରନ୍ତି I ତାଙ୍କ ସାନ ପୁଅ ଆନ୍ଧ୍ରରେ ଏକ ହଷ୍ଟେଲ ରେ ରହି ପାଠ ପଢ଼ନ୍ତି I ଘରେ କେବଳ ଡି.ନିଳାବେଣୀ ଓ ପୁଅ ଡି. ରିତିକ ରହନ୍ତି I ସୋମବାର ସକାଳେ ଦୀର୍ଘ ସମୟ ଧରି ତାଙ୍କ ଘରର କବାଟ ନଖୋଲିବାରୁ ପାଖ ପଡୋଶୀଙ୍କର ସନ୍ଦେହ ବଢିଥିଲା I ଘଟଣା ସଂପର୍କରେ ଜରଡ଼ା ପୁଲିସକୁ ଖବର ଦେଇଥିଲେ। ପୋଲିସ ସାହାଯ୍ୟରେ ଘରର କବାଟ ତାଡି ଉଭୟ ମା’ପୁଅଙ୍କର ମୃତଦେହ ଉଦ୍ଧାର କରାଯାଇଛି I ତେବେ ଏହା ହତ୍ୟା ନ ଆତ୍ମହତ୍ୟା ଏପର୍ଯ୍ୟନ୍ତ ହୋଇ ପାରିନଥିବାବେଳେ ସାଇଣ୍ଟିଫିକ ଟିମ ସହାୟତାରେ ଜରଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରହିଛି I

Tags: