ମେଡିକାଲ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ପ୍ରଥମବର୍ଷ ମେଡିକାଲ ପିଜି ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ I ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଛାତ୍ରୀଙ୍କ ନାମ ଶିବାନୀ ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ। ଖବର ପାଇ ତାଙ୍କ ବାପା ଡାକ୍ତର ରବୀନ୍ଦ୍ର ପଟ୍ଟନାୟକ ଏମକେସିଜିର ମେଡିକାଲ କଲେଜରେ ପହଞ୍ଚିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ […]

Samaya Live Picture
Published On

ବ୍ରହ୍ମପୁର : ପ୍ରଥମବର୍ଷ ମେଡିକାଲ ପିଜି ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ I ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି।
ଛାତ୍ରୀଙ୍କ ନାମ ଶିବାନୀ ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ। ଖବର ପାଇ ତାଙ୍କ ବାପା ଡାକ୍ତର ରବୀନ୍ଦ୍ର ପଟ୍ଟନାୟକ ଏମକେସିଜିର ମେଡିକାଲ କଲେଜରେ ପହଞ୍ଚିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୁଣ୍ଡ ବିନ୍ଧା ପାଇଁ ଓଭରଡୋଜ ଔଷଧ ଖାଇ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Tags: