ମହିଳା ଖେଳାଳିଙ୍କ ସନ୍ଦେହ ଜନକ ମୃତ୍ୟୁ,କୋର୍ଟ ପଛପଟୁ ମିଳିଲା ମୃତଦେହ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ମହିଳା ବକ୍ସରଙ୍କ ସନ୍ଦେହ ଜନକ ମୃତ୍ୟୁ I ଭୁବନେଶ୍ୱର କୋର୍ଟ ପଛପଟୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ I ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରରାୟ । ସେ ରାଜ୍ୟସ୍ତରୀୟ ଖୋ ଖୋ ଓ ବକ୍ସିଂରେ ମନୋନୀତ ହୋଇଥିଲେ I ସରୋଜିନୀ ଭୁବନେଶ୍ୱର କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ରେ ଚାକିରି କରୁଥିଲେ । ଏବଂ ମାତ୍ର […]
ଭୁବନେଶ୍ୱର : ରାଜ୍ୟସ୍ତରୀୟ ମହିଳା ବକ୍ସରଙ୍କ ସନ୍ଦେହ ଜନକ ମୃତ୍ୟୁ I ଭୁବନେଶ୍ୱର କୋର୍ଟ ପଛପଟୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ I ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରରାୟ । ସେ ରାଜ୍ୟସ୍ତରୀୟ ଖୋ ଖୋ ଓ ବକ୍ସିଂରେ ମନୋନୀତ ହୋଇଥିଲେ I
ସରୋଜିନୀ ଭୁବନେଶ୍ୱର କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ରେ ଚାକିରି କରୁଥିଲେ । ଏବଂ ମାତ୍ର ୭ ଦିନ ପୂର୍ବରୁ ସେ କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରେ ଅନ୍ୟ ୪ ଜଣ ଝିଅଙ୍କ ସହ ମେଷ କରି ରହୁଥିଲେ I ଗତ ରାତି ୮ ଟା ବେଳେ ଉକ୍ତ ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ବରଗଡ଼ ଥାନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସରୋଜିନୀଙ୍କ ମୃତ୍ୟୁ କୁ ନେଇ ତାଙ୍କ ପରିବାରକୁ ସୋମବାର ରାତିରେ ଖବର ଦିଆଯାଇଥିଲା I ତେବେ ତାଙ୍କ ପରିବାର ଭୁବନେଶ୍ୱରେ ପହଁଚିବା ପୂର୍ବରୁ ପୋଲିସ ଘରର କବାଟ ଭାଙ୍ଗି ସାରିଥିଲା I ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସରୋଜିନୀଙ୍କ ସମ୍ପର୍କୀୟ I ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ସୋମବାର ରାତି ସାଢେ ୮ ଟା ବେଳକୁ ସରୋଜିନୀ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଆସିଥିଲା । ଏବଂ ଖବର ପାଇ ପୋଲିସ , ପରିବାର , ସମ୍ପର୍କିୟ ଘଟଣା ସ୍ଥଳରେ ପହଂଚି କବାଟ ଭାଙ୍ଗି ଦେଖିଲା ବେଳକୁ ସରୋଜିନୀ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ ସଙ୍ଗେସଙ୍ଗେ ସରୋଜିନୀଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏବଂ ସରୋଜିନୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ବଡ଼ଗଡ଼ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।




