ବାର ଗର୍ଲଙ୍କ ସନ୍ଦେହ ଜନକ ମୃତ୍ୟୁ ,ସନ୍ଦେହରେ ପୁରୁଷ ବନ୍ଧୁ

ଭୁବନେଶ୍ୱର : ବାର ଗର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର I ସନ୍ଦେହ ଘେରରେ ପୁରୁଷ ବନ୍ଧୁ I ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ I ମୃତକ ହେଲେ ଜଗତସିଂପୁର ଜିଲ୍ଲା ଅଲଣାହାଟ ଅଞ୍ଚଳର ସୋଲୋଚନା ଦାସ I ସେ ଭୁବନେଶ୍ୱର ବରଗଡ଼ ଥାନା ଅଞ୍ଚଳରେ ନିଜ ପୁଋଷବନ୍ଧୁ ନିହାର ଗିରିଙ୍କ ସହିତ ରହୁଥିଲେ I ସୂଚନାନୁସାରେ,ଗତ ୯ ମାସ ପୂର୍ବରୁ ସୁଲୋଚାନା ଦାସ ଜଗତସିଂପୁର ଜିଲ୍ଲା ତିର୍ତୋଲ ଅଲଣାହାଟ ଅଞ୍ଚଳରୁ ଭୁବନେଶ୍ୱର ଆସି ବରଗଡ଼ ପୋଡାସାହିରେ […]

Samaya Live Picture
Published On

ଭୁବନେଶ୍ୱର : ବାର ଗର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର I ସନ୍ଦେହ ଘେରରେ ପୁରୁଷ ବନ୍ଧୁ I ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ I ମୃତକ ହେଲେ ଜଗତସିଂପୁର ଜିଲ୍ଲା ଅଲଣାହାଟ ଅଞ୍ଚଳର ସୋଲୋଚନା ଦାସ I ସେ ଭୁବନେଶ୍ୱର ବରଗଡ଼ ଥାନା ଅଞ୍ଚଳରେ ନିଜ ପୁଋଷବନ୍ଧୁ ନିହାର ଗିରିଙ୍କ ସହିତ ରହୁଥିଲେ I

ସୂଚନାନୁସାରେ,ଗତ ୯ ମାସ ପୂର୍ବରୁ ସୁଲୋଚାନା ଦାସ ଜଗତସିଂପୁର ଜିଲ୍ଲା ତିର୍ତୋଲ ଅଲଣାହାଟ ଅଞ୍ଚଳରୁ ଭୁବନେଶ୍ୱର ଆସି ବରଗଡ଼ ପୋଡାସାହିରେ ରହୁଥିଲେ I ଏହାପୂର୍ବରୁ ସେ ଜଣେ ସାଙ୍ଗ ସହ ରହୁଥିଲେ ତେବେ ବରଗଡ଼ ଭଡା ଘରେ ତାଙ୍କ ପୁରୁଷ ବନ୍ଧୁ ନିହାର ଗିରି ମଧ୍ୟ ତାଙ୍କ ସହ ରହୁଥିଲେ I କିଛି ଦିନ ପୂର୍ବରୁ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ସୁଲୋଚନାଙ୍କ ଘର ଲୋକ କହିଛନ୍ତି I ତେବେ ଶୁକ୍ରବାର ସନ୍ଧ୍ୟାରେ ସୁଲୋଚନାଙ୍କ ପରିବାରକୁ,ସୋଲୋଚନା ଆତ୍ମହତ୍ୟା କରିଥିବା ନେଇ ନିହାର ଫୋନ କରି ଜଣାଇଥିଲେ I ଘଟଣାର ଖବର ପାଇ ସୁଲୋଚନାଙ୍କ ବଡ଼ ଭଉଣୀ କଟକରୁ ଆସି ଦେଖିବା ବେଳକୁ ଘର ବାହାରୁ ତାଲା ପଡିଥିଲା ଏବଂ ନିହାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା I ଘଟଣାସ୍ଥଳରେ ବରଗଡ଼ ପୋଲିସ ପହଞ୍ଚି ଘରର ତାଲା ଖୋଲି ସୁଲୋଚନାଙ୍କ ମୃତଦେହ ପଙ୍ଖାର ଝୁଲୁଥିବା ଏବଂ ତାଙ୍କ ଗୋଡ଼ ତଳେ ଲାଗିଥିବା ଦେଖିବାକୁ ପାଇଥିଲେ I ସୁଲୋଚନାଙ୍କ ଘର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ବରଗଡ଼ ଥାନା ପୋଲିସ I

Tags: