ଫାଣ୍ଡି ହାଜତରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଜଣେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ I ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ I ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ସିଂଧୁପୁର ଅଞ୍ଚଳର ଇଶ୍ଵର ସେଠୀ(୨୪)ବର୍ଷ। ଘଟଣାକୁ ନେଇ ଫାଣ୍ଡି ଆଗରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଛି I ଘଟନାନୁସାରେ,ବଡ଼ଚଣା ମାହାଙ୍ଗା ଥାନା ସିନ୍ଧୁପୁର ଅଞ୍ଚଳର ଇଶ୍ଵର ସେଠୀ (୨୪) ଙ୍କ ସହିତ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ […]

Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଜଣେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ I ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ I ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ସିଂଧୁପୁର ଅଞ୍ଚଳର ଇଶ୍ଵର ସେଠୀ(୨୪)ବର୍ଷ। ଘଟଣାକୁ ନେଇ ଫାଣ୍ଡି ଆଗରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଛି I

ଘଟନାନୁସାରେ,ବଡ଼ଚଣା ମାହାଙ୍ଗା ଥାନା ସିନ୍ଧୁପୁର ଅଞ୍ଚଳର ଇଶ୍ଵର ସେଠୀ (୨୪) ଙ୍କ ସହିତ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା I ତେବେ କୌଣସି କାରଣରୁ ଏହି ସମ୍ପର୍କ ତିକ୍ତ ହେବାପରେ ଉକ୍ତ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ଈଶ୍ୱର I ଏନେଇ ଯୁବତୀଙ୍କ ପରିବାର ଲୋକେ ବଣଚଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମଙ୍ଗଳବାର ଇଶ୍ୱରଙ୍କୁ ଗିରଫ କରି ଥାନାରେ ହାଜତରେ ରଖିଥିଲେ। କିନ୍ତୁ ବୁଧୁବାର ସନ୍ଧ୍ୟାରେ ଫାଣ୍ଡିରେ କର୍ମଚାରୀ ନଥିବା ସୁଯୋଗ ପାଇ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ଚଣା ମେଡିକାଲରେ ଭର୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଇଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ଜଣ ପଡିବାପରେ ପୁଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ସେପଟେ NHRC ଗାଇଡଲାଇନ ଅନୁଯାୟୀ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ।

Tags: