ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ,ସ୍କୁଟିରୁ ମିଳିଲା ଚିଠି
କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ଙ୍କ ମୃତ୍ୟୁ କୁ ନେଇ ବଢୁଛି ସସ୍ପେନ୍ସ I ଗତକାଲି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାସୀ ଜଙ୍ଗଲରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ସହିତ ତାଙ୍କ ସ୍କୁଟି ଡିକିରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି, ସେଥିରେ ସଙ୍ଗିନ ଅଭିଯୋଗ ରହିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ […]
କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ଙ୍କ ମୃତ୍ୟୁ କୁ ନେଇ ବଢୁଛି ସସ୍ପେନ୍ସ I ଗତକାଲି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାସୀ ଜଙ୍ଗଲରୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ସହିତ ତାଙ୍କ ସ୍କୁଟି ଡିକିରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି, ସେଥିରେ ସଙ୍ଗିନ ଅଭିଯୋଗ ରହିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ।
ସୂଚନାନୁସାରେ,ଗତ ୧୧ ତାରିଖ ସକାଳେ କଟକସ୍ଥିତ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍ରୁ ନିଜ ସ୍କୁଟି ଧରି ବାହାରି ଯାଇଥିଲେ ରାଜଶ୍ରୀ। ଏହାପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ରାଜଶ୍ରୀ ଫେରିବାରେ ବିଳମ୍ବ ହେବାରୁ ତାଙ୍କ କୋଚ ପୁଷ୍ପାଞ୍ଜଳି ବାନାର୍ଜୀ ସେ ନିଖୋଜ ଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ I




