ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ବଢୁଛି ସସ୍ପେନ୍ସ,ମିଳୁନି ବୟଫ୍ରେଣ୍ଡ ଙ୍କ ପତ୍ତା

କେନ୍ଦୁଝର : ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ I ଶୁଭଶ୍ରୀଙ୍କର ପୋଷ୍ଟମର୍ତ୍ତମ ରିପୋର୍ଟ ରେ ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ଜଣା ପଡିବା ପରେ ସନ୍ଦେହ ଆହୁରି ବଢି ଯାଇଛି I ସେପଟେ ଶୁଭଶ୍ରୀଙ୍କର ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ I ତାଙ୍କ ମୋବାଇଲ ଫୋନ ବି ବନ୍ଦ ରହିଛି I ଶୁଭଶ୍ରୀଙ୍କର ମୃତ୍ୟୁ ପରେ ସନ୍ଦେହ ଘେରରେ ରହିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ। ତେବେ ବର୍ତ୍ତମାନ କେଉଁଠି […]

Samaya Live Picture
Published On

କେନ୍ଦୁଝର : ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ I ଶୁଭଶ୍ରୀଙ୍କର ପୋଷ୍ଟମର୍ତ୍ତମ ରିପୋର୍ଟ ରେ ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ଜଣା ପଡିବା ପରେ ସନ୍ଦେହ ଆହୁରି ବଢି ଯାଇଛି I ସେପଟେ ଶୁଭଶ୍ରୀଙ୍କର ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ I ତାଙ୍କ ମୋବାଇଲ ଫୋନ ବି ବନ୍ଦ ରହିଛି I ଶୁଭଶ୍ରୀଙ୍କର ମୃତ୍ୟୁ ପରେ ସନ୍ଦେହ ଘେରରେ ରହିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ। ତେବେ ବର୍ତ୍ତମାନ କେଉଁଠି ଲୁଚିଛନ୍ତି ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ? ଡିସେମ୍ବର ୨୦ ତାରିଖରେ ଯୋଡ଼ା ଥାନାରେ ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଏତଲା ଦେଇଥିଲେ ଶୁଭଶ୍ରୀ। ଦର୍ଶାଇଥିଲେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ ଦିବ୍ୟରଞ୍ଜନ। ପରେ ବିବାହ ପାଇଁ ମନା କରି ଦେଇଥିଲେ । ପ୍ରତାରଣା ମିଳିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ । ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା। ଏହାପରେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ଦିବ୍ୟରଞ୍ଜନ ବିବାହ ନିମନ୍ତେ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି। ତେବେ ଏବେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଥିବାରୁ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନକୁ ଯାଉଛି ସ୍ୱତନ୍ତ୍ର ଟିମ୍‌ । ଏହି ଟିମ୍‌ ନୁଆଗାଁ ଡିସ୍ପେନସାରୀକୁ ଯାଇଥିବା ବେଳେ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ପଚରାପଚରି କରି ଫେରିଥିବା ଜଣାଯାଇଛି

ସୂଚନାନୁସାରେ,ଗତ ଡିସେମ୍ବର ୩୧ ତାରିଖ ରାତିରେ ନିଜ ବନ୍ଧୁ ମାନଙ୍କ ସହିତ ମିଶି ଜିରୋ ନାଇଟ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ I ରାତି ଦେଢ଼ଟା ଯାଏଁ ଚାଲିଥିଲା ନାଚ ଗୀତ I ଏହାପରେ ଶୁଭଶ୍ରୀ ଅନ୍ୟମାନଙ୍କ ସହିତ ମିଶି ନିଜେ କରିଥିବା ଚାଓମିନ ଖାଇ ଶୋଇବାକୁ ଯାଇଥିଲେ I କିନ୍ତୁ ପରଦିନ ଅର୍ଥାତ ନୂଆବର୍ଷ ଦିନ ସକାଳେ ପ୍ରଥମେ ତାଙ୍କ ରୋଷେୟା ଆସି ଘରର ବେଳ ଦେଇଥିଲେ କିନ୍ତୁ ଶୁଭଶ୍ରୀ କବାଟ ଖୋଲି ନ ଥିଲେ I ଏହାପରେ ସମସ୍ତେ ଡାକ ଡାକି ପରେ ମଧ୍ୟ ଭିତରୁ କୌଣସି ଆବାଜ ନ ଆସିବାରୁ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ । ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ରୁମ ଭିତରକୁ ପଶିଥିଲେ । ଆଉ ସେଠାରେ ଶୁଭଶ୍ରୀଙ୍କୁ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବେବି ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ କରୁଛି ପୋଲିସ ।