ସତୀଶଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍ପେନସ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ କୁ ନେଇ ବଢ଼ିଲା ସସ୍ପେନସ I ଘଟଣା ପୂର୍ବଦିନ ମୌଜ ମସ୍ତିରେ ହୋଲି ଖେଳ ସାରି ଫୋଟ ଉପଲୋଡ଼ କରିଥିଲେ ସତୀଶ I କିନ୍ତୁ ପରଦିନ ସକାଳେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟି ଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ […]

Samaya Live Picture
Published On

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ କୁ ନେଇ ବଢ଼ିଲା ସସ୍ପେନସ I ଘଟଣା ପୂର୍ବଦିନ ମୌଜ ମସ୍ତିରେ ହୋଲି ଖେଳ ସାରି ଫୋଟ ଉପଲୋଡ଼ କରିଥିଲେ ସତୀଶ I କିନ୍ତୁ ପରଦିନ ସକାଳେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟି ଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଆଶ୍ଚର୍ଯ୍ୟକର ତଥ୍ୟ ମିଳିଛି ।

ପୁଲିସ ସୂଚନା ଅନୁସାରେ, ମାର୍ଚ୍ଚ ୭ ତାରିଖ ଦିନ ସତୀଶ କୌସିକ ଦିଲ୍ଲୀରେ ତାଙ୍କ ବନ୍ଧୁ ବିକାଶ ମାଲୁଙ୍କ ଫାର୍ମ ହାଉସକୁ ହୋଲି ପାର୍ଟି ପାଇଁ ଆସିଥିଲେ। ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ଖେଳିଥିଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି। ଏହି ଫାର୍ମ ହାଉସଟି ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କର ବୋଲି ଜଣାପଡିଛି। ମୃତ୍ୟୁ ପୂର୍ବରୁ ସତୀଶଙ୍କୁ ଯେଉଁମାନେ ହସପିଟାଲକୁ ଆଣିଥିଲେ, ପୋଲିସ ସେମାନଙ୍କୁ ପଚରାଉଚରା କରିଛି।

ଦିଲ୍ଲୀର ଫୋଟିସ୍‌ ହସପିଟାଲରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଥିଲା। ତେବେ ତାଙ୍କ ଶରୀରରେ ସେମିତି କିଛି ଗୁରୁତର ଆଘାତ ନଥିବା ହସପିଟାଲ ପକ୍ଷରୁ ସୂଚନା ମିଳିଛି। ପ୍ରାଥମିକ ଅବସ୍ଥାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସତୀଶଙ୍କ ମୃତ୍ୟୁ ହୃଦଘାତଜନିତ୍ ହୋଇଥିବା ଜଣାପଡ଼ିଛି। ଏହାପରେ ପୋଲିସ ସତୀଶ କୌଶିକଙ୍କର ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି । ଏହାପରେ ସବୁ ସତ ଜଣାପଡିବ ।

ପୋଲିସ ହୋଲି ପାର୍ଟିକୁ ଆସିଥିବା ଅତିଥିଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିଛି । ପୋଲିସ ଉଦ୍ୟୋଗପତିଙ୍କୁ ପଚରାଉଚରା ପାଇଁ ଚାଁହୁଛି ଯିଏ ସତୀଶଙ୍କ ମୃତ୍ୟୁପରେ ଫେରାର ହୋଇଯାଇଛନ୍ତି । ସତୀଶଙ୍କ ଫାର୍ମ ହାଉସରୁ ପୋଲିସକୁ ମିଳିଥିବା ଆପତ୍ତିଜନକ ଔଷଧ କିଏ ଆଣିଥିଲା ତା ବିଷୟରେ ପଚାରିବାକୁ ପୋଲିସ ଅନୁସନ୍ଧାନ କରୁଛି ।

Tags: