ବିଦା ହେଲେ ବୈପାରୀଗୁଡା IIC
ରାୟଗଡା/କଟକ : ଚାକିରିରୁ ବିଦାହେଲେ ଦୁର୍ନୀତିଗ୍ରସ୍ତ IIC I ଭିଜିଲାନ୍ସ ଜାଲରେ ପଡିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର ହୋଇଛନ୍ତି । ପୁଲିସ୍ ଡିଜି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଶ୍ରୀ ସୁଶାନ୍ତ ଶତପଥୀ କିଛି ଦନି ତଳେ ବୈପାରୀଗୁଡାରୁ ଏକ OSRTC ବସ ଯୋଗେ କଟକ ଆସୁଥିବାବେଳେ କଟକ ଜୟପୁର ଟାଙ୍କୁଆ ନିକଟରେ ୨ଲକ୍ଷ ୫୦ ହଜାର ଟଙ୍କା ସହ ତାଙ୍କୁ ବସରୁ ଧରିଥିଲା ଭିଜିଲାନ୍ସ I ସୂଚନାନୁସାରେ,ଗତ ନଭେମ୍ବର ୨୮ […]
ରାୟଗଡା/କଟକ : ଚାକିରିରୁ ବିଦାହେଲେ ଦୁର୍ନୀତିଗ୍ରସ୍ତ IIC I ଭିଜିଲାନ୍ସ ଜାଲରେ ପଡିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର ହୋଇଛନ୍ତି । ପୁଲିସ୍ ଡିଜି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଶ୍ରୀ ସୁଶାନ୍ତ ଶତପଥୀ କିଛି ଦନି ତଳେ ବୈପାରୀଗୁଡାରୁ ଏକ OSRTC ବସ ଯୋଗେ କଟକ ଆସୁଥିବାବେଳେ କଟକ ଜୟପୁର ଟାଙ୍କୁଆ ନିକଟରେ ୨ଲକ୍ଷ ୫୦ ହଜାର ଟଙ୍କା ସହ ତାଙ୍କୁ ବସରୁ ଧରିଥିଲା ଭିଜିଲାନ୍ସ I
ସୂଚନାନୁସାରେ,ଗତ ନଭେମ୍ବର ୨୮ ତାରିଖରେ ଭିଜିଲାନ୍ସ ଜାଲରେ ଫସିଥିଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ I ତାଂକ ନିକଟରୁ ଜବତ ହୋଇଥିବା ଟଙ୍କାର ସେ ହିସାବ ଦେଇପାରି ନଥିବାବେଳେ ଭିଜିଲାନ୍ସ ପକ୍ଷରୁ ସୁଶାନ୍ତଙ୍କ କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରେ ସହିତ ବୈପାରୀଗୁଡା କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା I ଏହି ଚଢ଼ାଉ ସମୟରେ କଟକ ବାସଭବନ୍ତୁ ମିଳିଥିଲା ବିଡା ବିଡା ଟଙ୍କା I ପ୍ରାୟ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ବିପୁଳ ପରିମାଣରେ ସୁନା ଓ ରୁପା ଜବତ କରିଥିଲା ଭିଜିଲାନ୍ସ Iଏଥିରେ ପୁଳା ପୁଳା ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏହାପୂର୍ବରୁ ଆଇଆଇସିଙ୍କ ବୈପାରୀଗୁଡା ଘର ଓ କାର୍ଯ୍ୟାଳୟରୁ ନଗଦ ୭.୫ ଲକ୍ଷ ଟଙ୍କା ମିଳିଥିଲା। ଏତେ ଟଙ୍କା କୁଆଡୁ ଆଣିଲେ ସେ ନେଇ ଭିଜିଲାନ୍ସ ପ୍ରଶ୍ନ କରିବାରୁ ଆଇଆଇସି ଏହାର କୌଣସି ଉତ୍ତର ରଖିପାରି ନଥିଲେ IIC ସୁଶାନ୍ତ I ଫଳରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ପୁଲିସ ଡିଜି ।
ଉଲ୍ଲେଖଯୋଗ୍ୟ ଵହିଷ୍କୃତ ଆଇଆଇସି ସୁଶାନ୍ତ ଶତପଥିଙ୍କ ନାଁରେ ଥିଲା ଏକାଧିକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୧୨ ରେ ଜଗତସିଂହପୁର ଏସପି ବ୍ଲାକ ମାର୍କ ଦେଇଥିଲେ। ୨୦୧୮ରେ କଟକ ଗ୍ରାମାଞ୍ଚଳରେ କାମ କଲା ବେଳେ ମଧ୍ୟ ଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୨୦ରେ ରାୟଗଡାରେ କାମ କଲା ବେଳେ ଏସପି ପକ୍ଷରୁ ମଧ୍ୟ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୨୦ ଜାନୁଆରୀ ୩୦ରେ ରାୟଗଡା ଏସପିଙ୍କ ଦ୍ଵାରା ପୂର୍ବରୁ ନିଲମ୍ବିତ ମଧ୍ୟ ହୋଇଥିଲେ।




