ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ ହସ୍ତଗତ : ବିଷକ୍ରିୟା କିମ୍ବା ନିଶା ସେବନର ପ୍ରମାଣ ନାହିଁ

ରାଉରକେଲା :ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ ହସ୍ତଗତ । ଏଥିରେ ବିଷକ୍ରିୟା କିମ୍ବା ନିଶା ସେବନର ପ୍ରମାଣ ମିଳିନାହିଁ I ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ଏହି ରିପୋର୍ଟ ଆଜି ଆସି ଥିବାବେଳେ ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୋଇସାରିଛି । ଏନେଇ ଡିଏସପି ବନିତା ମାଝୀ ସୂଚନା ଦେଇଛନ୍ତି । ଏହି ହାଇପ୍ରୋଫାଇଲ ମରଦର କେଶର ବର୍ତ୍ତମାନ HRPC ତଦନ୍ତ କରୁଛି I ଏପର୍ଯ୍ୟନ୍ତ ଘଟଣାର […]

Samaya Live Picture
Published On

ରାଉରକେଲା :ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ ହସ୍ତଗତ । ଏଥିରେ ବିଷକ୍ରିୟା କିମ୍ବା ନିଶା ସେବନର ପ୍ରମାଣ ମିଳିନାହିଁ I ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ଏହି ରିପୋର୍ଟ ଆଜି ଆସି ଥିବାବେଳେ ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୋଇସାରିଛି । ଏନେଇ ଡିଏସପି ବନିତା ମାଝୀ ସୂଚନା ଦେଇଛନ୍ତି ।

ଏହି ହାଇପ୍ରୋଫାଇଲ ମରଦର କେଶର ବର୍ତ୍ତମାନ HRPC ତଦନ୍ତ କରୁଛି I ଏପର୍ଯ୍ୟନ୍ତ ଘଟଣାର ଖୁଲାସା ହୋଇପାରିନାହିଁ I ପରିବାର ସଦସ୍ୟ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ,ସେମାନଙ୍କ ଜେରା ସରିଲାଣି I ଏବେ ସୁସ୍ମିତାଙ୍କ ମୋବାଇଲ ଉପରେ ତଦନ୍ତ କରି ସଂସ୍ଥା ଭରସା କରିଛି I ହେଲେ ସୁସ୍ମିତାଙ୍କ ମୋବାଇଲ ଲକ ପ୍ୟାଟର୍ନ ଖୋଳୁ ନଥିବାରୁ ତାହା ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି I

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ନିଖୋଜ ହୋଇଥିଲେ । ଏହାର କିଛିଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ମୃତ ଦେହ ନିର୍ମାଣାଧୀନ ପାର୍କର ପୋଖରୀରୁ ଉଦ୍ଧାର କରାଯାଇଥିଲା ।

Tags: