କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ
ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ଛତିଶଗଡ଼ କ୍ୟାଡରର ଜଣେ ହାର୍ଡକୋର ମାଓବାଦୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ବଲାଙ୍ଗିର-ବରଗଡ- ମହାସମୁନ୍ଦ(ବିବିଏମ୍) ଡିଭିଜନର ସୋମନାଥ ଅଚେଲା ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି । ପୁଲିସ ଡିଆଇଜି ହିମାଂଶୁ ଲାଲ, ଏସପି ରିଷିକେଶ ଖିଲାରୀ ତାଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଫୁଲତୋଡା ଦେଇ ସ୍ଵାଗତ କରିଛନ୍ତି। ବିଭିନ୍ନ […]
ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ଛତିଶଗଡ଼ କ୍ୟାଡରର ଜଣେ ହାର୍ଡକୋର ମାଓବାଦୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ବଲାଙ୍ଗିର-ବରଗଡ- ମହାସମୁନ୍ଦ(ବିବିଏମ୍) ଡିଭିଜନର ସୋମନାଥ ଅଚେଲା ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି । ପୁଲିସ ଡିଆଇଜି ହିମାଂଶୁ ଲାଲ, ଏସପି ରିଷିକେଶ ଖିଲାରୀ ତାଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଫୁଲତୋଡା ଦେଇ ସ୍ଵାଗତ କରିଛନ୍ତି। ବିଭିନ୍ନ ମାଓ ଅପରାଧରେ ସେ ସଂପୃକ୍ତ ଥିଲା। ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ତା’ଉପରେ ଘୋଷଣା ହୋଇଥିଲା।
ସୂଚନାନୁସାରେ,ଗତ ୧୪ ବର୍ଷ ଧରି ମାଓ କମାଣ୍ଡର ଭାବରେ କାମ କରୁଥିବା ସୋମନାଥଙ୍କ ଘର ଛତିଶଗଡ଼ର କାଙ୍କେର ଅଞ୍ଚଳରେ। ମାଓ ସଂଗଠନରେ ତାଙ୍କ ନାଁ ମହେଶ ଥିଲା। ସେ ଓଡ଼ିଶା ଏବଂ ଛତିଶଗଡ଼ରେ ଏକାଧିକ ନକ୍ସଲ ଗତିବିଧିରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସେ ମାଓ ସଂଗଠନ ଛାଡିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ତାଙ୍କୁ ଥଇଥାନ୍ କରାଯିବ ବୋଲି ଜଣାପଡ଼ିଛି।




