ସୁପାରୀ ଡିଲର ଉମା ବିଷୋୟୀ ଏବଂ କୁରୁପତି ଭୂୟାଁ ଗିରଫ

ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ସୁପାରୀ ଡିଲର ଉମା ବିଷୋୟୀ ସହ ହତ୍ୟାକାରୀ କୁରୁପତି ଭୂୟାଁ ଗିରଫ । ତେବେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି । ଉଭୟଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି ପୋଲିସ । ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର ପୁରା […]

ସୁପାରୀ ଡିଲର ଉମା ବିଷୋୟୀ ଏବଂ କୁରୁପତି ଭୂୟାଁ ଗିରଫ
Samaya Live Picture
Published On

ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ସୁପାରୀ ଡିଲର ଉମା ବିଷୋୟୀ ସହ ହତ୍ୟାକାରୀ କୁରୁପତି ଭୂୟାଁ ଗିରଫ । ତେବେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି । ଉଭୟଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି ପୋଲିସ । ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର ପୁରା ପ୍ଲାନ କରିଥିଲା ଉମା । ବେଙ୍ଗାଲୁରୁ ଏବଂ ବିହାରରୁ ସାର୍ପ ସୁଟରଙ୍କୁ ଡକାଇ ରେକି କରିଥିଲା । ହତ୍ୟା ପାଇଁ ପ୍ଲାନ ଏ’ ଫେଲ ମାରିବାରୁ ପ୍ଲାନ ବି’ରଚିଥିଲା ଉମା ।

ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାର ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା । ବିହାର ସାର୍ପ ସୁଟର ର ଘରେ ଏକ ମେଡିକାଲ କେଶ ପାଇଁ ଫେରିଯିବା ପରେ ସ୍ଥାନୀୟ ବନ୍ଥପଲ୍ଲୀ ଅଞ୍ଚଳର ଚିଣ୍ଟୁ ଓ କୁରୁରତିଙ୍କୁ ସାର୍ପ ସୁଟର ଭାବେ ନିୟୋଜିତ କରିଥିଲା ଉମା । ମଳୟଙ୍କ ସହ ଯୋଗାଯୋଗରେ ରହି ଉମା ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।

ଘଟଣା ପରଠାରୁ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁ ଫେରାର୍ ରହିଥିଲେ । ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି।
।

Tags: