ସୁନୀଲ ନାହାକ ହତ୍ୟା ଘଟଣା,ଖଲ୍ଲିକୋଟ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ଅଭିଯୋଗ
ଖଲ୍ଲିକୋଟ : ଗାତ ଗୁରୁବାର ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ସମ୍ପୃକ୍ତି ଅଭିଯୋଗ । ଏହି ହତ୍ୟାକାଣ୍ଡରେ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଉକ୍ତ ଦାନପୁର ଗ୍ରାମର ଜିତୁ ପ୍ରଧାନ(୨୦) ଓ ଦୀପକ ଖଟୁଆ(୨୯) ବୋଲି ପୋଲିସ ସୂତ୍ରରୁ ପ୍ରକାଶ I ଏହା ସହ ଦାନପୁର ପଞ୍ଚାୟତର […]
ଖଲ୍ଲିକୋଟ : ଗାତ ଗୁରୁବାର ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ହତ୍ୟା ଘଟଣା । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ସମ୍ପୃକ୍ତି ଅଭିଯୋଗ । ଏହି ହତ୍ୟାକାଣ୍ଡରେ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଉକ୍ତ ଦାନପୁର ଗ୍ରାମର ଜିତୁ ପ୍ରଧାନ(୨୦) ଓ ଦୀପକ ଖଟୁଆ(୨୯) ବୋଲି ପୋଲିସ ସୂତ୍ରରୁ ପ୍ରକାଶ I ଏହା ସହ ଦାନପୁର ପଞ୍ଚାୟତର ଯୁବ ବିଜେଡି ନେତା କୁମର ସାହୁ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏ ସମ୍ପର୍କରେ କୋଦଳା ଥାନା କେସ ନମ୍ବର ୪୭୩/୨୩ ଅନୁସାରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ।
ସୂଚନାନୁସାରେ,ଗତ ଗୁରୁବାର ରାତିରେ କୋଦଳା ଥାନା ଦାନପୁର ଗାଁରେ ଗଣେଶ ପୂଜା ଭୋଜି ଖାଇବାକୁ ବସିଥିଲେ ସୁନୀଲ । ଏହି ସମୟରେ ଦାନପୁର ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ସେଠାରେ ତାଙ୍କୁ ସଂଘବଦ୍ଧ ଭାବେ ଢେଙ୍ଗା, ଲୁହାରଡ ଓ ଛୁରୀରେ ଆକ୍ରମଣ କରି ସହ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୁନୀଲଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି। ଗଂଜେଇ ଚାଲାଣ ମାମଲାରେ ଗିରଫ ହେବା ପରେ ସୁନୀଲ ଗତ କିଛିମାସ ତଳେ ଜେଲ୍ରୁ ବାହାରିଥିଲେ। ସୁନୀଲଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ଭଳି ଏକାଧିକ ଆପରାଧିକ ମାମଲା ବିଚାରାଧୀନ ରହିଛି।
କୋଦଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି I ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ପୂର୍ବତନ ସରପଞ୍ଚଙ୍କ ସହ ମିଶି ଦୀର୍ଘ ଦିନ ହେଲା ଦାନପୁର ପଞ୍ଚାୟତ ରାଜନୀତରେ ସକ୍ରିୟ ଥିଲେ । ଏତଲା ଦେଇଥିବା ମନୋଜ ପ୍ରଧାନଙ୍କ ସହ ବିଧାୟିକାଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷଙ୍କ ରାଜନୀତିକ ଶତ୍ରୁତା ଥିବା ଏତଲାରେ ଉଲ୍ଲେଖ ରହିଛି ।




