ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ I ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ Iଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି। ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର ଏବଂ ଶ୍ୱଶୁର ଘରେ ଚାଲିଛି ଚଢାଉ । DSP ବୀରେନ୍ଦ୍ର ନାୟକଙ୍କ […]

Samaya Live Picture
Published On

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ I ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ Iଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି।
ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର ଏବଂ ଶ୍ୱଶୁର ଘରେ ଚାଲିଛି ଚଢାଉ । DSP ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଉରକେଲା ଭିଜିଲାନ୍ସ ଟିମ୍‌ ଦ୍ୱାରା ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୪ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ସାମିଲ ଅଛନ୍ତି I ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢଉ ଚାଲିଛି। ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ। ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ଆୟବହିର୍ଭୁତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ I

Tags: