ଛାତରୁ ଡେଇଁ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ବାଲେଶ୍ୱର : ରାଜ୍ୟରେ ଥମୁନାହିଁ ଛାତ୍ର ଆତ୍ମହତ୍ୟା ଘଟଣା I କିଛି ବୁଝିବା ଆଗରୁ ପିଲାମାନେ ନେଉଛନ୍ତି ଚରମ ପଦକ୍ଷେପ I ସେହିଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ I ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ପଢ଼ୁଥିବା ତୃତୀୟ ବର୍ଷର ଛାତ୍ର,ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି I ମୃତ ଛାତ୍ରଙ୍କ ନାଁ ହିତେଷ୍ଣୁ ଦାସ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ ବୋଲି ଜଣାପଡ଼ିଛି। […]

Samaya Live Picture
Published On

ବାଲେଶ୍ୱର : ରାଜ୍ୟରେ ଥମୁନାହିଁ ଛାତ୍ର ଆତ୍ମହତ୍ୟା ଘଟଣା I କିଛି ବୁଝିବା ଆଗରୁ ପିଲାମାନେ ନେଉଛନ୍ତି ଚରମ ପଦକ୍ଷେପ I ସେହିଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ I ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ପଢ଼ୁଥିବା ତୃତୀୟ ବର୍ଷର ଛାତ୍ର,ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି I ମୃତ ଛାତ୍ରଙ୍କ ନାଁ ହିତେଷ୍ଣୁ ଦାସ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ ବୋଲି ଜଣାପଡ଼ିଛି। ତେବେ ହିତେଷ୍ଣୁଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,ଶୁକ୍ରବାର ବିଳମ୍ବିତ ରାତିରେ ହିତେଷ୍ଣୁ କଲେଜ ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିଲେ I ଏହା ପୂର୍ବରୁ ସେ ସାଙ୍ଗ ମାନଙ୍କ ସହିତ ରାତିରେ ସିନେମା ଦେଖି ଫେରି ରାତିରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲାବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିତେଷ୍ଣୁଙ୍କ ପରିବାର ଲୋକେ ଗତ ରାତିରେ ମେଡିକାଲରେ ପହଞ୍ଚିଥିଲେ। ମୃତଦେହକୁ ଆଜି ସକାଳୁ ବ୍ୟବଚ୍ଛେଦ କରା ସରିଥିବା ବେଳେ ପରେ ତାହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି I ମୃତ ଛାତ୍ର ହିତେଷ୍ଣୁଙ୍କ ବାପା ବାଲେଶ୍ୱର ଏସ୍‌ପି ଅଫିସରେ ହେଡ କ୍ଲର୍କ ଭାବେ କାମ କରୁଥିବା ବେଳେ ଗତ ବର୍ଷ ଅବସର ନେଇ ସାରିଛନ୍ତି।

Tags: