ଦୁଷ୍କର୍ମ ମାମଲାରେ ସଜା ଭୋଗୁଥିବା ନାବାଳକଙ୍କ ଆତ୍ମହତ୍ୟା

ଭବାନୀପାଟଣା : ବାଳସୁଧାର ଗୃହରେ ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର । ଦୁଷ୍କର୍ମ ମାମଲାରେ ଜଣେ ୧୬ ବର୍ଷର ନାବାଳକ ସଜା କାଟୁଥିବା ବେଳେ ଏହି ସୁଧାର ଗୃହରେ ରହୁଥିଲେ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାରଗୃହ ପାଇଖାନାରୁ ଆଜି ତା’ର ଉଦ୍ଧାର କରାଯାଇଛି । ମୃତ ନାବାଳକର ଘର ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗାଁରେ। ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଗତ ୧୨ […]

Samaya Live Picture
Published On

ଭବାନୀପାଟଣା : ବାଳସୁଧାର ଗୃହରେ ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର । ଦୁଷ୍କର୍ମ ମାମଲାରେ ଜଣେ ୧୬ ବର୍ଷର ନାବାଳକ ସଜା କାଟୁଥିବା ବେଳେ ଏହି ସୁଧାର ଗୃହରେ ରହୁଥିଲେ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାରଗୃହ ପାଇଖାନାରୁ ଆଜି ତା’ର ଉଦ୍ଧାର କରାଯାଇଛି ।

ମୃତ ନାବାଳକର ଘର ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗାଁରେ। ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଗତ ୧୨ ତାରିଖରେ ଏହି ସୁଧାର ଗୃହକୁ ଆସିଥିଲେ । ଏହି ସୁଧାର ଗୃହଟି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଆଜି ତାର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ତାକୁ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଥିଲା । ପରେ ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Tags: