ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା । ଏଥର ଆତ୍ମହତ୍ୟା କରିଛନ୍ତି ଜଣେ ସରକାରୀ କର୍ମଚାରୀ । ବନ୍ଦ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ରେଣ୍ଟାଲ କାଲୋନିରେ I ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ଶତପଥୀ ବୟସ ୪୪ ବର୍ଷ I ସୂଚନାନୁସାରେ କୃଷ୍ଣଚନ୍ଦ୍ର ପୋଲିସ ବିଭାଗ SSBର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ସେ ପୁଲିସ ବାଟାଲିୟନରେ […]
ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା । ଏଥର ଆତ୍ମହତ୍ୟା କରିଛନ୍ତି ଜଣେ ସରକାରୀ କର୍ମଚାରୀ । ବନ୍ଦ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ରେଣ୍ଟାଲ କାଲୋନିରେ I ମୃତକଙ୍କ ନାଁ କୃଷ୍ଣଚନ୍ଦ୍ର ଶତପଥୀ ବୟସ ୪୪ ବର୍ଷ I
ସୂଚନାନୁସାରେ କୃଷ୍ଣଚନ୍ଦ୍ର ପୋଲିସ ବିଭାଗ SSBର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ସେ ପୁଲିସ ବାଟାଲିୟନରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବାଲିପାଟଣାର ଥାନା ଅନ୍ତର୍ଗତ ଅଭୟମୁଖୀରେ। କୃଷ୍ଣଚନ୍ଦ୍ରଙ୍କ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ସେ ଗତ କିଛିଦିନ ହେବ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି I




