ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ମୟୁରଭଞ୍ଜ : ହଷ୍ଟେଲ ଭିତରେ ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା । ଗତକାଲି ହଷ୍ଟେଲ ତୃତୀୟ ମହଲାରେ ଥିବା ଏକ କୋଠରୀ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା I ଛାତ୍ରୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ମର୍ଣ୍ଣିଂଷ୍ଟାର ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବାବେଳେ ଅନ୍ଵେଷା ହଷ୍ଟେଲରେ ରହୁଥିଲେ I ତେବେ ଏହି ଘଟଣାରେ ଗତ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି ୧୭୦ ଅନ୍ତେବାସୀ। ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ […]

Samaya Live Picture
Published On

ମୟୁରଭଞ୍ଜ : ହଷ୍ଟେଲ ଭିତରେ ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା । ଗତକାଲି ହଷ୍ଟେଲ ତୃତୀୟ ମହଲାରେ ଥିବା ଏକ କୋଠରୀ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା I ଛାତ୍ରୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ମର୍ଣ୍ଣିଂଷ୍ଟାର ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବାବେଳେ ଅନ୍ଵେଷା ହଷ୍ଟେଲରେ ରହୁଥିଲେ I ତେବେ ଏହି ଘଟଣାରେ ଗତ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି ୧୭୦ ଅନ୍ତେବାସୀ।

ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ପରିବାର ଲୋକ ମଧ୍ୟ ସେହି ବୈଠକକୁ ଆସିଥିଲେ। ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ। ମାତ୍ର ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ଛାତ୍ରୀ ଜଣକ ଅନୁପସ୍ଥିତ ରହିଥିଲେ। ବହୁ ଖୋଜାଖୋଜି ପରେ ତୃତୀୟ ମହଲାରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଉଦଳା ପୋଲିସ ପହଞ୍ଚି ଖୋଳତାଡ ଜାରି ରଖିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ମୃତ ଛାତ୍ରୀଙ୍କ ବହିରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ମିଳିଛି। ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ବୋଲି ସୂଚନା ମିଳୁଛି । ସେପଟେ ଘଟଣା ଘଟିବା ବିଳମ୍ବିତ ରାତି ରେ ୧୭୦ ଅନ୍ତେବାସୀ ହଷ୍ଟେଲ ଛାଡିଦେଇଛନ୍ତି। ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।

Tags: