ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା । ଫ୍ୟାନରେ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର ହେଲା ମୃତଦେହ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I ଖବର ପାଇ ଭରତପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି I ମୃତ ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗ ହୁବୁଳି ର ଏବଂ ସେ ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ ବୋଲି ଜଣାପଡିଛି । ସେ ଭୁବନେଶ୍ୱର […]
ଭୁବନେଶ୍ୱର : ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା । ଫ୍ୟାନରେ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର ହେଲା ମୃତଦେହ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I ଖବର ପାଇ ଭରତପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି I ମୃତ ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗ ହୁବୁଳି ର ଏବଂ ସେ ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ ବୋଲି ଜଣାପଡିଛି । ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଦନ୍ତ ବିଭାଗରେ ପାଠ ପଢୁଥିଲେ । ହଷ୍ଟେଲ ରୁମରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏ ନେଇ ପରିବାର ଲୋକଙ୍କୁ ପୋଲିସ ଅବଗତ କରିଛି । ଆସନ୍ତାକାଲି ପୋଷ୍ଟମର୍ଟମ ହେବ ବୋଲି ସୂଚନା ମିଳିଛି ।




