ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ସମୟ ଲାଇଭ,୧/୪(ରାଜ ଗୁପ୍ତା ): ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ସ୍ଥିତ ଦାନାଦର ଗ୍ରାମରେ ଜଣେ ବ୍ୟକ୍ତି ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ନଜରକୁ ଆସିଛି। ମୃତକ ବ୍ୟକ୍ତି ଜଣକ ହେଲେ ମଗଲ ଦେହୁରୀ । ମଗଲଙ୍କ ସ୍ତ୍ରୀ ଆଶାଢ଼ୀ ଦେହୁରୀ କହିବା ମୁତାବକ ଗତକାଲି ରାତି ସ୍ବାମୀ ସ୍ତ୍ରୀ ଦୁହେଁ ଖାଇସାରି ଶୋଇବାକୁ ଯାଇଥିଲେ | ତେବେ ହଠାତ ମଗଲ ସ୍ତ୍ରୀକୁ ବାହାରକୁ ଯିବେ ବୋଲି କହି ଉଠିଆସିଥିଲେ ଏବଂ ବାହାର ପଟୁ କବାଟ […]

Samaya Live Picture
Published On

ସମୟ ଲାଇଭ,୧/୪(ରାଜ ଗୁପ୍ତା ): ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ସ୍ଥିତ ଦାନାଦର ଗ୍ରାମରେ ଜଣେ ବ୍ୟକ୍ତି ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ନଜରକୁ ଆସିଛି। ମୃତକ ବ୍ୟକ୍ତି ଜଣକ ହେଲେ ମଗଲ ଦେହୁରୀ । ମଗଲଙ୍କ ସ୍ତ୍ରୀ ଆଶାଢ଼ୀ ଦେହୁରୀ କହିବା ମୁତାବକ ଗତକାଲି ରାତି ସ୍ବାମୀ ସ୍ତ୍ରୀ ଦୁହେଁ ଖାଇସାରି ଶୋଇବାକୁ ଯାଇଥିଲେ | ତେବେ ହଠାତ ମଗଲ ସ୍ତ୍ରୀକୁ ବାହାରକୁ ଯିବେ ବୋଲି କହି ଉଠିଆସିଥିଲେ ଏବଂ ବାହାର ପଟୁ କବାଟ ବାଣ୍ଡ କରିଦେଇଥିଲେ ।

ତେବେ ସ୍ତ୍ରୀ ସକାଳୁ ଆଶାଢ଼ୀ ସ୍ୱାମୀକୁ ନଦେଖି କବାଟ ଖୋଲିବାକୁ ଯାଇଥିଲା ହେଲେ କବାଟ ଖୋଲିନଥିଲା। କବାଟ ପାଖରେ ଜୋର ପାଟି କରିବା ପରେ ଗ୍ରାମବାସୀ ଆସି ବାହାରୁ କବାଟ ଖୋଲିଥିଲେ। ଏବଂ ମଗଲ କୁ ଖୋଜାଖୋଜି କରିଥିଲେ ଦେଖିବାକୁ ପାଇଲେ ଘର ପଛପଟେ ମଗଲ ରସି ଲଗାଇ ଝୁଲିରହିଛି ।

ତେବେ ଏବାବଦରେ ଖବରପାଇ ଝାରପୋଖରୀଆ ଥାନାର ଏସ.ଆଇ. ପଞ୍ଚାନନ ମହାନ୍ତି ସଦଳବଳେ ପହଁଚି ପ୍ରାଥମିକ ତଦନ୍ତ କରିବା ପରେ ଅପମୃତ୍ୟୁ ମାମଲା 10/2020 ରୁଜୁକରି ମୃତଦେହକୁ ବ୍ୟବଛେଦ ନିମନ୍ତେ ବାରିପଦା ମେଡ଼ିକାଲ ପଠାଇ ଦେଇଥିଲେ। ତେବେ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର କାରଣ ଜଣାପଡିବ ବୋଲି ପଞ୍ଚାନନ ମହାନ୍ତି କହିଛନ୍ତି।

Tags: