ନ୍ୟୂଡ଼ କଲ ଜାଲରେ ଫସି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ନିଜ ପେଟକୁ ୫୦ ଥର ଛୁରୀ ଭୁସିଲେ

ଭୁବନେଶ୍ୱର : ନ୍ୟୂଡ଼ କଲ ହେଲା କାଳ I ବ୍ଲାକମେଲିଂର ଶିକାର ହୋଇ ଯୁବକ ଘଟାଇଲେ ଜଘନ୍ୟ କାଣ୍ଡ I ନିଜ ପେଟକୁ ୫୦ ଥର କଇଁଚିରେ ଭୁସି କରିଛନ୍ତି ଆତ୍ମହତ୍ୟା କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ । ଘଟଣଘଟିଛି ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ I ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଭର୍ତି କରାଯାଇଛି I ନୟାପଲ୍ଲୀ N -1 ରେ ନିଜର ଦୁଇ ପିଲା ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର […]

Samaya Live Picture
Published On

ଭୁବନେଶ୍ୱର : ନ୍ୟୂଡ଼ କଲ ହେଲା କାଳ I ବ୍ଲାକମେଲିଂର ଶିକାର ହୋଇ ଯୁବକ ଘଟାଇଲେ ଜଘନ୍ୟ କାଣ୍ଡ I ନିଜ ପେଟକୁ ୫୦ ଥର କଇଁଚିରେ ଭୁସି କରିଛନ୍ତି ଆତ୍ମହତ୍ୟା କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ । ଘଟଣଘଟିଛି ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ I ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଭର୍ତି କରାଯାଇଛି I

ନୟାପଲ୍ଲୀ N -1 ରେ ନିଜର ଦୁଇ ପିଲା ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ । ୩ ଦିନ ତଳେ ହଠାତ ଦଣ୍ଡଙ୍କ ଫେସବୁକରେ ଚାଟିଙ୍ଗ କରିଥିଲେ ଅଜଣା ଯୁବତୀ । ଆଉ ଏହା ପରେ (Whatsapp)ରେ ଅଶ୍ଳୀଳ ଭିଡ଼ିଓ କଲ କରିଥିଲେ ଅଜଣା ଯୁବତୀ ଜଣଙ୍କ। ଦଣ୍ଡ ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହୋଇ ଏହାର ସ୍କ୍ରିନ ରେକର୍ଡିଂ କରି ବ୍ଲାକମେଲ କରିଥିଲେ I ଯୁବତୀ ଜଣଙ୍କ ମୋଟା ଅଙ୍କର ଅର୍ଥ ଦାବି କରିବା ପରେ ଅନ୍ୟ ଉପାୟ ନପାଇ ଦଣ୍ଡଧର ଭୁବନେଶ୍ୱର ସାଇବର ଥାନାରେ ଏନେଇ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ସହଯୋଗ କରିବା ବଦଳରେ ଥଟ୍ଟା ପରିହାସ କରିବାରୁ ଲୋକଲଜ୍ଜା ଭୟରେ ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦଣ୍ଡଧର । ବେହୋସ ଅବସ୍ଥାରେ ଦଣ୍ତଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ଜଣାପଡିଛି।

Tags: