ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ : ପୋଲିସ ହାତରେ CDR ରିପୋର୍ଟ
ଭୁବନେଶ୍ୱର : ୪ ଦିନ ବିତି ଗଲାଣି ଭୁବନେଶ୍ବର ଦୀପାଲି ବାର୍ ଭିତରେ ଶୁଭଲଷ୍ମୀଙ୍କ ମୃତ୍ୟୁ ଘଟଣା I ଏପର୍ଯ୍ୟନ୍ତ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା ଉପରୁ ହାତୀ ପାରିନାହିଁ ପରଦା I ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି ଯେ ଶ୍ଵାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ,ତାର କାରଣ ଖୋଜୁଛି ପୋଲିସ । ଅପେକ୍ଷା କରିଛି ତାଙ୍କ ମୋବାଇଲ୍ କଲ୍ ଡିଟେଲ୍ସ ରିପୋର୍ଟକୁ । ପୋଲିସ ସନ୍ଦେହ କରୁଛି […]
ଭୁବନେଶ୍ୱର : ୪ ଦିନ ବିତି ଗଲାଣି ଭୁବନେଶ୍ବର ଦୀପାଲି ବାର୍ ଭିତରେ ଶୁଭଲଷ୍ମୀଙ୍କ ମୃତ୍ୟୁ ଘଟଣା I ଏପର୍ଯ୍ୟନ୍ତ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା ଉପରୁ ହାତୀ ପାରିନାହିଁ ପରଦା I ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି ଯେ ଶ୍ଵାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ,ତାର କାରଣ ଖୋଜୁଛି ପୋଲିସ । ଅପେକ୍ଷା କରିଛି ତାଙ୍କ ମୋବାଇଲ୍ କଲ୍ ଡିଟେଲ୍ସ ରିପୋର୍ଟକୁ । ପୋଲିସ ସନ୍ଦେହ କରୁଛି ଯେ ଶୁଭଲଷ୍ମୀଙ୍କ ସୋସିଆଲ ମିଡିଆ ଅପରେଟ୍ ଅନ୍ୟ କେହି କରୁଥିଲେ । ସେପଟେ ମାମଲାର ଗୁରୁତ୍ବକୁ ଦେଖି ସଠିକ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ଚିଠି ଲେଖିଲେ ମହିଳା କମିସନ ଅଧ୍ୟକ୍ଷ ।
ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସହିତ କେତେ ସମୟ ଧରି କଥା ହୋଇଥିଲେ ଏ ବିଷୟରେ ଖୋଳତାଡ଼ କରୁଛି I ଏହି ସମୟରେ ତାଙ୍କର ଦୁଇ ପୁରୁଷ ବନ୍ଧୁ ସଞ୍ଜୟ ଓ ଅନିଲଙ୍କୁ ଡାକି ପଚାର ଉଚରା କରିଛି ଲକ୍ଷ୍ମୀସାଗର ପୋଲିସ I କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ ସାହୁ ? ଆତ୍ମହତ୍ୟା ପଛରେ କଣ ରହିଛି କାରଣ ? ଏପଟେ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡ଼ିଛି ଯେ ଶ୍ଵାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି । ବେକରେ କୌଣସି ବସ୍ତୁ ବନ୍ଧା ଯାଇଥିବାରୁ ସେ ଦାଗ ରହିଛି । କିନ୍ତୁ ଶରୀରରେ ଅନ୍ୟ କୌଣସିଠାରେ ଦାଗ କି କ୍ଷତ ନାହିଁ । ମୃତ୍ୟୁ ପୂର୍ବରୁ ଶରୀରରେ ବିଷକ୍ରିୟା କିମ୍ବା ନିଶା ସେବନ କରିବା ନେଇ ଉପୁଜିଥିବା ସନ୍ଦେହ ଦୂର ପାଇଁ ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ପରୀକ୍ଷା ପାଇଁ ରାଜ୍ୟ ଫରେନସିକ ଲାବରୋଟାରୀକୁ ପଠାଯାଇଛି ।
ପୋଲିସ ହାତରେ ଯେଉଁ ଠୋସ୍ ସୁରାକ ଲାଗିଛି, ତାହା ହେଲା ଶୁଭଲଷ୍ମୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ କେହି ଜଣେ ଲକ୍ କରି ଦେଇଛି । ଯେଉଁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଥିଲା ପୁରୁଷ ବନ୍ଧୁଙ୍କ ସହ ଶୁଭଲକ୍ଷ୍ମୀଙ୍କର ଏକାଧିକ ରିଲ୍ସ । ତେବେ ଶୁଭଲକ୍ଷ୍ମୀଙ୍କ ମୋବାଇଲର କଲ୍ ଡିଟେଲ୍ସ ରିପୋର୍ଟକୁ ପୋଲିସ କରିଛି ଅପେକ୍ଷା ।
ଅନ୍ୟପଟେ ଶୁଭଲକ୍ଷ୍ମୀ ରମାଦେବୀ କଲେଜରେ ପଢୁ ନଥିବା ଜଣାପଡିଛି । କାରଣ ରମାଦେବୀ ଜୁନିଅର ମହାବିଦ୍ୟାଳୟ ଅଧ୍ୟକ୍ଷା ଉର୍ମିଳା ଦାସ କହିଛନ୍ତି ଶୁଭଲକ୍ଷ୍ମୀ ସାହୁ ନାମକ କୌଣସି ଛାତ୍ରୀ ତାଙ୍କ କଲେଜରେ ପଢୁ ନ ଥିଲେ । ଶୁଭଲକ୍ଷ୍ମୀ ଆରଡି କଲେଜ ଛାତ୍ରୀ ବୋଲି ମିଡିଆରେ ଯାହା କୁହାଯାଉଥିଲା, ତାହା ମିଛ । ଶୁଭଲକ୍ଷ୍ମୀଙ୍କ ବାପା ରମେଶ ଚନ୍ଦ୍ର ସାହୁ କିନ୍ତୁ କହିଛନ୍ତି ଭୁବନେଶ୍ବରର କମଳାଦେବୀ ନାମକ ଏକ କଲେଜରେ ତାଙ୍କ ଝିଅ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିଲେ ।




