ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ
ଭୁବନେଶ୍ୱର : ଆଜିକୁ ୫ ଦିନ ବିତି ଗଲାଣି ବାର ଗାର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା I ଏ ପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟି ପାରି ନଥିବାବେଳେ,ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ। ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଇ […]
ଭୁବନେଶ୍ୱର : ଆଜିକୁ ୫ ଦିନ ବିତି ଗଲାଣି ବାର ଗାର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା I ଏ ପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟି ପାରି ନଥିବାବେଳେ,ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ। ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଇ ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ବୟାନ୍ ରେକର୍ଡ ହୋଇସାରିଲାଣି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର ତଥ୍ୟ ଅନୁସାରେ ତଦନ୍ତ କରାଯାଉଛି।
ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରିପୋର୍ଟ । ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ? ଗତ ଦୁଇ ମାସ ମଧ୍ୟରେ କାହା ସହ କଲ୍ ମେସେଜ୍ କରିଛନ୍ତି, ସେ ସବୁକୁ ତନ୍ନ ତନ୍ନ କରି ପୋଲିସ ଯାଞ୍ଚ କରୁଛି। ସେପଟେ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କରେ ଆସିବା ପରେ ସେ ବିଭିନ୍ନ ବାର୍ରେ କାମ କରୁଥିବା ଘଟଣା ବି ଏବେ ସାମ୍ନାକୁ ଆସିଛିା
ପ୍ରଥମ ଓ ଦ୍ୱିତୀୟ ପୁରୁଷ ବନ୍ଧୁ ସଞ୍ଜୟ ଏବଂ ଅନିଲ କୁ ଡାକି ପଚରା ଉଚରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ Iସେହିପରି ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି । ଅନ୍ୟପଟେ ଏହି ଘଟଣାରେ କୁହାଯାଉଥିବା ତଥା କଥିତ ସମ୍ପର୍କୀୟ ମାମୁଁ ରାଜୀବ ପାଢ଼ୀ ଙ୍କୁ ମଧ୍ୟ ପୋଲିସ ଜେରା କରି ସାରିଛି ଇ ମାମୁଙ୍କ ତଥ୍ୟରୁ ଶୁଭଲକ୍ଷ୍ମୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ଜଣ ପଡିଥିଲା I ସେ ସବୁ ଦିଗରେ ତଦନ୍ତ କଲେ ସବୁ ସତ ଜଣାପଡ଼ିବ ବୋଲି ରାଜୀବ କହିଛନ୍ତି।
ସୂଚନାନୁସାରେ, ଗତ ଶନିବାର ଅପରାହ୍ନରେ ଭୁବନେଶ୍ୱର କଟକରୋଡ଼ ସ୍ଥିତ ଦୀପାଳି ଲଜ ବାର ରୁମ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା I ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଶ୍ୱାସରୁଦ୍ଧ କାରଣରୁ ଶୁଭଲକ୍ଷ୍ମୀ ପ୍ରାଣ ହରାଇଥିବା ଦର୍ଶାଯାଇଛି ।




