ଛାତ୍ରୀଙ୍କୁ ଦୁଷ୍କର୍ମ,୨ ଶିକ୍ଷକ ଥାନାରେ ଅଟକ

ରାଇଘର : ଗୁରୁଙ୍କର ଗୁରୁତର ଅପରାଧ I ବିଦ୍ୟାଳୟ ପରିସର ମଧ୍ୟରେ ଅକ୍ଷମଣୀୟ ଅପରାଧ କରିଛନ୍ତି ୨ ଶିକ୍ଷକ I ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି ପୋଲିସ I ଏଭଳି ଏକ ସମ୍ବେଦନଶୀଳ ଲଜ୍ଜାକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲରେ I ଛାତ୍ରୀ ଜଣକ ବାଥରୁମ ଯାଇଥିବାବେଳେ ପ୍ରଧାନ ଶିକ୍ଷକ […]

Samaya Live Picture
Published On

ରାଇଘର : ଗୁରୁଙ୍କର ଗୁରୁତର ଅପରାଧ I ବିଦ୍ୟାଳୟ ପରିସର ମଧ୍ୟରେ ଅକ୍ଷମଣୀୟ ଅପରାଧ କରିଛନ୍ତି ୨ ଶିକ୍ଷକ I
ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି ପୋଲିସ I ଏଭଳି ଏକ ସମ୍ବେଦନଶୀଳ ଲଜ୍ଜାକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲରେ I ଛାତ୍ରୀ ଜଣକ ବାଥରୁମ ଯାଇଥିବାବେଳେ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବିଶ୍ୱାସ ଏବଂ ଅନ୍ୟ ଜଣେ କନିଷ୍ଠ ଶିକ୍ଷକ କେଶବ ଚନ୍ଦ୍ର ମାଝୀ ତାଙ୍କୁ ଦୁଷ୍କର୍ମ କରିଥିଲେ I ଏହି ଘଟଣାରେ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିବାପରେ ଦୁଇ ଶିକ୍ଷକଙ୍କୁ କୁଣ୍ଡେଇ ଥାନାରେ ଅଟକ ରଖାଯାଇଛି I

ସୂଚନାନୁସାରେ,ଗତ ୭ ତାରିଖ ଅପରାହ୍ନରେ ଛାତ୍ରୀଙ୍କ ସହିତ ଏହି ଘଟଣା ଘଟିଥିଲା I ତେବେ ଗୁରୁବାର ଦିନ ଛାତ୍ରୀ ଜଣଙ୍କ ଗୁରୁତର ଅସୁସ୍ଥ ହୋଇପଡିବରୁ ଏହି ଘଟଣା ଜଣାପଡିଥିଲା I ଅସୁସ୍ଥ ଛାତ୍ରୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି I ଅଭିଯୋଗ ପରେ ଦୁଇ ଶିକ୍ଷକଙ୍କୁ ଥାନାରେଅଟକ ରଖି ପଚରା ଉଚରା ଚଳାଇଥିବା କହିଛନ୍ତି କୁନ୍ଦେଇ ଥାନା ଅଧିକାରୀ ।

Tags: