ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ପଟିଆ ସ୍ଥିତ ଏକ ଘରୋଇ ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ କଲ୍ୟାଣି ସାହୁ, ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି। ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ । ତେବେ ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ […]
ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ପଟିଆ ସ୍ଥିତ ଏକ ଘରୋଇ ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ କଲ୍ୟାଣି ସାହୁ, ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି। ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ । ତେବେ ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୁଲିସ।
ସେପଟେ ଛାତ୍ରୀଙ୍କ ପରିବାର ଲୋକ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। କୋଚିଂ ସେଣ୍ଟରର ମାତ୍ରାଧିକ ଚାପ ପାଇଁ ଝିଅ ଡିପ୍ରେସନରେ ଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହି ଘଟଣାାର ପୁଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ମୃତ ଛାତ୍ରୀ ପରିବାର ।




