ପ୍ରିନ୍ସପାଲଙ୍କୁ ପେଟ୍ରୋଲ ଢାଳି ପୋଡିଦେଲେ ଛାତ୍ର
ମଧ୍ୟପ୍ରଦେଶ : କଲେଜ ଛାତ୍ରଙ୍କ ଜଘନ୍ୟ କାଣ୍ଡ I ମାର୍କସିଟ ଦେବାରେ ବିଳମ୍ବ କରିବାରୁ କଲେଜ ର ପ୍ରିନ୍ସିପାଲଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ Iଇନ୍ଦୋରରେ ଥିବା ବିଏମ୍ ଫାର୍ମାସି କଲେଜର ପ୍ରିନ୍ସପାଲ ବିମୁକତା ଶର୍ମାଙ୍କୁ ଜଣେ ପୂର୍ବତନ ଛାତ୍ର ଆଶୁତୋଷ ଶ୍ରୀବାସ୍ତବ (୨୪) ନିଆଁ ଲଗାଇ ପୋଡି ଦେଇଥିବାର ଅଭିଯୋଗ ହୋଇଛି I ଘଟନାନୁସାରେ ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜର ପ୍ରିନ୍ସପାଲ ଥିଲେ ବିମୁକ୍ତା ଶର୍ମା I ସେହି କଲେଜରେ ପଢ଼ୁଥିବା ସିମ୍ରୋଲ୍ ଅଞ୍ଚଳର […]
ମଧ୍ୟପ୍ରଦେଶ : କଲେଜ ଛାତ୍ରଙ୍କ ଜଘନ୍ୟ କାଣ୍ଡ I ମାର୍କସିଟ ଦେବାରେ ବିଳମ୍ବ କରିବାରୁ କଲେଜ ର ପ୍ରିନ୍ସିପାଲଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ Iଇନ୍ଦୋରରେ ଥିବା ବିଏମ୍ ଫାର୍ମାସି କଲେଜର ପ୍ରିନ୍ସପାଲ ବିମୁକତା ଶର୍ମାଙ୍କୁ ଜଣେ ପୂର୍ବତନ ଛାତ୍ର ଆଶୁତୋଷ ଶ୍ରୀବାସ୍ତବ (୨୪) ନିଆଁ ଲଗାଇ ପୋଡି ଦେଇଥିବାର ଅଭିଯୋଗ ହୋଇଛି I
ଘଟନାନୁସାରେ ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜର ପ୍ରିନ୍ସପାଲ ଥିଲେ ବିମୁକ୍ତା ଶର୍ମା I ସେହି କଲେଜରେ ପଢ଼ୁଥିବା ସିମ୍ରୋଲ୍ ଅଞ୍ଚଳର ଜଣେ ପୂର୍ବତନ ଛାତ୍ର ଆଶୁତୋଷ ଶ୍ରୀବାସ୍ତବ ବି.ଫାର୍ମ ମାର୍କସିଟ୍ ପାଇ ନ ଥିବା ଅଭିଯୋଗ କରି ଗତ ଫେବୃଆରୀ୨୦ ତାରିଖ ଦିନ ପ୍ରିନ୍ସିପାଲ ଙ୍କ ନିକଟକୁ ଆସିଥିଲେ I ତେବେ ମାର୍କସିଟ ମିଳିବାରେ ବିଳମ୍ବ ହେବ କହିବାରୁ ଛାତ୍ର ଜଣଙ୍କ ୫୪ ବର୍ଷୀୟ ପ୍ରିନ୍ସିପାଲ ବିମୁକ୍ତାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ବିମୁକ୍ତାଙ୍କ ଶରୀର ପ୍ରାୟ ୯୦% ପୋଡ଼ିଯାଇଥିଲା। ଏଥିରେ ଛାତ୍ର ଆଶୁତୋଷ ମଧ୍ୟ ଆହତ ହୋଇଥିଲେ I ଦୁର୍ଘଟଣା ସମୟରେ ଅଭିଯୁକ୍ତଙ୍କ ଛାତି ଏବଂ ହାତ ମଧ୍ୟ ଜଳି ଯାଇଥିଲା।
#UPDATE BM कॉलेज की प्रिसिंपल विमुक्ता शर्मा की मृत्यु हो गई। आरोपी के खिलाफ धारा 302 के तहत मुकदमा दर्ज़ किया जाएगा। ज़िला कलेक्टर इलैयाराजा टी. ने मामले में आरोपी पर रासुका लगाई है: ASP शशिकांत कनकने, इंदौर, मध्य प्रदेश https://t.co/cds0QwIe4r
— ANI_HindiNews (@AHindinews) February 25, 2023
ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ନିଲମ୍ବନ କରାଯାଇଛି । ପୂର୍ବରୁ ଆଶୁତୋଷ ଧମକ ଦେଇଥିବା କଥା ଥାନାରେ ଅଭିଯୋଗ କରିଥିଲେ ବିମୁକ୍ତାଙ୍କ ଝିଅ । ମାତ୍ର ପୁଲିସ ଏଥିରେ କୌଣସି ତତ୍ପରତା ଦେଖାଇନଥିଲା I ଏହାସହ ଇନ୍ଦୋର ପ୍ରଶାସନ ଆଶୁତୋଷ ଶ୍ରୀବାସ୍ତବଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର (୨୪ ଫେବୃଆରୀ) କୋର୍ଟରେ ହାଜର କରାଯାଇ ଦିନିକିଆ ପୋଲିସ ହେପାଜତକୁ ପଠାଯାଇଛି।




