କାଠଯୋଡିରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ : କଟକ କାଠଯୋଡ଼ି ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରଙ୍କ ନାଁ ପ୍ରତୀକ ଦାସ (୧୭), ସେ ଭୁବନେଶ୍ବର ନୀଳାଦ୍ରି ବିହାର ବୋଲି ଜଣାପଡିଛି। ଆଜି ସକାଳୁ କାଠଯୋଡି ନଦୀ ପଠାରେ ମୃତଦେହ ଦେଖି ଲୋକଙ୍କ ଭିଡ ଜମିଥିଲା। ଆଉ ଏହାପରେ ଘଟଣାସ୍ଥଳରେ ମାର୍କତ ନଗର ଥାନା ଅଧିକାରୀ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିବାକୁ ଯୁବକଙ୍କ ଠିକଣା […]

କାଠଯୋଡିରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
Samaya Live Picture
Published On

କଟକ : କଟକ କାଠଯୋଡ଼ି ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରଙ୍କ ନାଁ ପ୍ରତୀକ ଦାସ (୧୭), ସେ ଭୁବନେଶ୍ବର ନୀଳାଦ୍ରି ବିହାର ବୋଲି ଜଣାପଡିଛି। ଆଜି ସକାଳୁ କାଠଯୋଡି ନଦୀ ପଠାରେ ମୃତଦେହ ଦେଖି ଲୋକଙ୍କ ଭିଡ ଜମିଥିଲା। ଆଉ ଏହାପରେ ଘଟଣାସ୍ଥଳରେ ମାର୍କତ ନଗର ଥାନା ଅଧିକାରୀ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିବାକୁ ଯୁବକଙ୍କ ଠିକଣା ମିଳିଥିଲା। ତେବେ ଯୁବକଙ୍କୁ କେହି ହତ୍ୟା କରିଛି ନାଁ ସେ ଆତ୍ମହତ୍ୟା କରିଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଘଟନାନୁସାରେ, ମଙ୍ଗଳବାର ରାତିରେ ଛାତ୍ର ଜଣକ ଘରୁ ଏକ ଓଲା ବାଇକରେ ଆସି ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ରାତି ୧୦ ତା ବେଳକୁ ତାଙ୍କ ମୋବାଇଲ ସୁଇଚ ଅଫ ଥିବା ଜଣ ପଡିଥିଲା । ଶେଷରେ ବୁଧବାର ଦିନ ସକାଳ ସମୟରେ କଟକ କାଠଯୋଡି ନଦୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ଛାତ୍ରଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ମର୍କତ ନଗର ଥାନା ପୋଲିସକୁ ଖବର ଦେଇଥିଲେ । ମର୍କତ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଖବରପାଇ ଛାତ୍ରଙ୍କ ପରିବାର ବର୍ଗ ଭୁବନେଶ୍ୱରରୁ ଯାଇ କଟକ ପହଞ୍ଚିଛନ୍ତି ।

Tags: