ହଷ୍ଟେଲରେ ଆଇଜର ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ଥମୁନାହିଁ ଛାତ୍ର ଆତ୍ମହତ୍ୟା ମାମଲା I ଆଜି ପୁଣି ଜଣେ ଆଇଜର ଛାତ୍ର ଆତ୍ମହତ୍ୟା କରିଛନ୍ତି । କ୍ୟାମ୍ପସ ହଷ୍ଟେଲ ରୋମ ରୁ ତାଙ୍କର ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି Iମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଡୁମା ଡିହି ଗ୍ରାମର ସମୟ ସତ୍ୟ ମକର ମୁର୍ମୁ ବୟସ ୧୮)। ସେ ଗୋଲନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ସ୍ଥିତ ଆଇଜରରେ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ୍ କୋର୍ସରେ ନାମ ଲେଖାଇଥିଲେ। […]

Samaya Live Picture
Published On

ବ୍ରହ୍ମପୁର : ଥମୁନାହିଁ ଛାତ୍ର ଆତ୍ମହତ୍ୟା ମାମଲା I ଆଜି ପୁଣି ଜଣେ ଆଇଜର ଛାତ୍ର ଆତ୍ମହତ୍ୟା କରିଛନ୍ତି । କ୍ୟାମ୍ପସ ହଷ୍ଟେଲ ରୋମ ରୁ ତାଙ୍କର ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି Iମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଡୁମା ଡିହି ଗ୍ରାମର ସମୟ ସତ୍ୟ ମକର ମୁର୍ମୁ ବୟସ ୧୮)।

ସେ ଗୋଲନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ସ୍ଥିତ ଆଇଜରରେ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ୍ କୋର୍ସରେ ନାମ ଲେଖାଇଥିଲେ। ତାଙ୍କ ଝୁଲନ୍ତା ମୃତଦେହ ମୁଖ୍ୟ କ୍ୟାମ୍ପସ ହଷ୍ଟେଲ ବିଏଚ ୧ ର ୭ମ ମହଲା ସ୍ଥିତ ରୁମରୁ ଉଦ୍ଧାର କରାଯାଇଛି ।

ସେ ଚଳିତ ବର୍ଷ ଆଇଜରରେ ଆଡ଼ମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା କ୍ୟାମ୍ପସକୁ ଆସିଥିଲେ। ଗତକାଲି ସେ କ୍ଲାସକୁ ନ ଯାଇ ରୁମ୍‌ରେ ଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ହଷ୍ଟେଲର ଅନ୍ୟ ଛାତ୍ରମାନେ। ଏହାପରେ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ଲାଗି ତାଙ୍କର ମୃତ୍ୟୁ ଘଟିଛି ଏଯାଏଁ ସ୍ପଷ୍ଟ ହୋଇନି। ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Tags: