ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା,ଥାନାରେ ମାମଲା ରୁଜୁ
ଭୁବନେଶ୍ୱର: ୧୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ଇନ୍ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଛାତ୍ରଙ୍କ ନାଁରେ ମାମଲା ହୋଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ […]
ଭୁବନେଶ୍ୱର: ୧୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ଇନ୍ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଛାତ୍ରଙ୍କ ନାଁରେ ମାମଲା ହୋଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଛି। ମୃତ ଛାତ୍ରୀଙ୍କ ରୁମରୁ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି।
ଏହି ଘଟଣାପରେ କଲେଜ କର୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଉଛନ୍ତି । କଲେଜ ପରିସରରୁ ବସ ଯୋଗେ ଛାତ୍ରଛାତ୍ରୀଙ୍କୁ ନେଇ କଟକ ରେଳଷ୍ଟେସନରେ ଛାଡ ଯାଉଛି । ତେବେ ଗତକାଲି ରାତିରେ ଛାତ୍ରୀଙ୍କ ମୃତ୍ୟୁ ପରେ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ନେପାଳୀ ଛାତ୍ରଛାତ୍ରୀ ମାନେ କଲେଜ ପରିସରରେ ଭଙ୍ଗାରୁଜା କରିବାରୁ ପରିସରକୁ ସାଇନ -ଏ-ଡାଏ ଘାସନରେ କରିଛନ୍ତି କର୍ତୃପକ୍ଷ ।




