ଇଞ୍ଜିନିୟରିଂକଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଘରୋଇ ଇଞ୍ଜିନିୟରିଂକଲେଜ ଛାତ୍ରୀଙ୍କ ଆତ୍ମହତ୍ୟା I କଲେଜ ପରିସରରେ ଥିବା ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ। ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଘଟିଛି ଏହି ଅଘଟଣ। ମୃତ ଛାତ୍ରୀଙ୍କ ଘର ପୁରୀ ଜିଲ୍ଲା କାକଟପୁର କନ୍ଦଳପୁରର ବୋଲି ଜଣାପଡ଼ିଛି। ତାଙ୍କ ନାଁ ସଂପୂର୍ଣ୍ଣା ମହାନ୍ତି ସେ ଆଇଟି ବିଭାଗରେ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଶରୀରର ବିଭିନ୍ନ […]

Samaya Live Picture
Published On

ଭୁବନେଶ୍ୱର : ଘରୋଇ ଇଞ୍ଜିନିୟରିଂକଲେଜ ଛାତ୍ରୀଙ୍କ ଆତ୍ମହତ୍ୟା I କଲେଜ ପରିସରରେ ଥିବା ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ। ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଘଟିଛି ଏହି ଅଘଟଣ। ମୃତ ଛାତ୍ରୀଙ୍କ ଘର ପୁରୀ ଜିଲ୍ଲା କାକଟପୁର କନ୍ଦଳପୁରର ବୋଲି ଜଣାପଡ଼ିଛି। ତାଙ୍କ ନାଁ ସଂପୂର୍ଣ୍ଣା ମହାନ୍ତି ସେ ଆଇଟି ବିଭାଗରେ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।

ମୃତ ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଜଟଣୀ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଇଛନ୍ତି।

Tags: