ଅନଲାଇନ ଗେମ ଖେଳି ଛାତ୍ରଙ୍କ ଆତ୍ମହତ୍ୟା
ବାଲେଶ୍ୱର : ଅଣାୟତ୍ତ ହେଉଛି ଅନଲାଇନ ଗେମ I ପିଲାମାନେ ହେଉଛନ୍ତି ମୋବାଇଲ ଆଡିକ୍ଟ I ଏହି ମୋବାଇଲ ନିଶା ଯେ ଦିନେ ପିଲାଙ୍କର ଜୀବନ ନେଇଯିବ ଏ ବିଷୟରେ ଅଭିଭାବକ ଟେର ବି ପାଉନାହାନ୍ତି I ସେହିଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ୍ ଅଞ୍ଚଳରେ। ମୋବାଇଲ ଗେମରେ ଲକ୍ଷ ଲକ୍ଷ ଟଙ୍କା ହାରି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର I ମୃତ ଛାତ୍ର ଜଣଙ୍କ ହେଲେ ଯୁକ୍ତ ତିନି ଦ୍ୱିତୀୟ […]
ବାଲେଶ୍ୱର : ଅଣାୟତ୍ତ ହେଉଛି ଅନଲାଇନ ଗେମ I ପିଲାମାନେ ହେଉଛନ୍ତି ମୋବାଇଲ ଆଡିକ୍ଟ I ଏହି ମୋବାଇଲ ନିଶା ଯେ ଦିନେ ପିଲାଙ୍କର ଜୀବନ ନେଇଯିବ ଏ ବିଷୟରେ ଅଭିଭାବକ ଟେର ବି ପାଉନାହାନ୍ତି I ସେହିଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ୍ ଅଞ୍ଚଳରେ। ମୋବାଇଲ ଗେମରେ ଲକ୍ଷ ଲକ୍ଷ ଟଙ୍କା ହାରି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର I ମୃତ ଛାତ୍ର ଜଣଙ୍କ ହେଲେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।
ସୂଚନାନୁସାରେ,ଉଦୟ ବାସୁଦେପୁର କଲେଜରେ +୩ ଦ୍ଵିତୀୟ ବର୍ଷର ଥିଲେ I ସେ ସେଠାରେ ଏକ ହଷ୍ଟେଲରେ ରହି ପାଠ ପଢୁଥିଲେ I ଏହି ବିସ୍ମୟରେ ସାଙ୍ଗ ସାଥୀଙ୍କ ମେଳରେ ରହି ଅନଲାଇନ ଗେମ ମାୟାରେ ପଡି ଯାଇଥିଲେ I ଅନେକ ସମୟରେ ଏହି ଖେଳରେ ବ୍ୟସ୍ତ ରହୁଥିଲେ ଏବଂ ଏଥିପାଇଁ ସେ ଅନେକ ଥର ସାଙ୍ଗ ସାଥୀଙ୍କ ଠାରୁ ଧାର ଉଧାର କରି ଟଙ୍କା ଲଗାଇ ହାରି ଯାଇଥିଲେ I ଏଥିପାଇଁ ଘରେ ବି ତାଙ୍କୁ ଅନେକ ଥର ଆକଟ କରାଯାଇଥିଲା I ଗତ ଦୁଇଦିନ ତଳେ ଉଦୟ ଘରକୁ ବୁଲିବାକୁ ଆସିଥିଲେ। ଘରେ ରହିବା ବେଳେ ସେ ଗେମବି ଖେଳୁଥିଲେ। ଯାହାକୁ ନେଇ ମା’ ତାଙ୍କୁ ଅନେକ ବାରଣ ମଧ୍ୟ କରିଥିଲେ। କିନ୍ତୁ ଉଦୟ ମା’ଙ୍କ କଥାକୁ ଶୁଣି ନଥିଲେ। ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ। ସେହିଦିନ ଗେମ୍ ରେ ଟଙ୍କା ଲଗାଇ ପୁଣି ହାରି ଯାଇଥିଲେ I ଏହାପରେ ରାତିରେ ଖାଇ ପିଇ ସମସ୍ତେ ଶୋଇବାକୁ ଯାଇଥିଲେ I ତେବେ ସକାଳେ ମା’ଉଠି ପୁଅକୁ ବଡ଼କିବାରୁ ସେ ଆଉ ଶୁଣି ନଥିଲେ I
ଏହାପରେ ପଡୋଶୀଙ୍କ ସହାୟତାରେ ତାଙ୍କ କବାଟ ଖୋଳାଯିବାରୁ ସେ ଘର ଫ୍ୟାନ ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ଇ ସେଠାରୁ ଉଦୟଙ୍କୁ ଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ପ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l




