ପରୀକ୍ଷା ପୂର୍ବରୁ ଛାତ୍ରଙ୍କ ଆତ୍ମହତ୍ୟା
ବଲାଙ୍ଗୀର : ମାଟ୍ରିକ ପରୀକ୍ଷା ପୂର୍ବରୁ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ I ଏଭଳି ଦୁଖଦଃ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ I ମୃତ ଛାତ୍ର ଜଣକ ହେଲେ ତାଲିଉଡ଼ ଗାଁର ବିନାୟକ ପ୍ରଧାନ (ଲିପୁନ)। ହଷ୍ଟେଲ ଭିତରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବିନାୟକ ହଷ୍ଟେଲ ଶୌଚାଳୟ ଭିତରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ I ଆଜି ଭୋର ପ୍ରାୟ ୪ଟା ପରେ ହଷ୍ଟେଲ […]
ବଲାଙ୍ଗୀର : ମାଟ୍ରିକ ପରୀକ୍ଷା ପୂର୍ବରୁ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ I ଏଭଳି ଦୁଖଦଃ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ I ମୃତ ଛାତ୍ର ଜଣକ ହେଲେ ତାଲିଉଡ଼ ଗାଁର ବିନାୟକ ପ୍ରଧାନ (ଲିପୁନ)। ହଷ୍ଟେଲ ଭିତରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବିନାୟକ ହଷ୍ଟେଲ ଶୌଚାଳୟ ଭିତରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ I ଆଜି ଭୋର ପ୍ରାୟ ୪ଟା ପରେ ହଷ୍ଟେଲ ବାଥରୁମ୍ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସକାଳେ ପରୀକ୍ଷା ଥିବାରୁ ପିଲାମାନେ ଭୋରରୁ ହଷ୍ଟେଲ ପଛପଟେ ଥିବା ବାଥ୍ରୁମ୍କୁ ଯାଇଥିଲେ। ମାତ୍ର ସେଠାରେ ସେମାନେ ବିନାୟକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏଭଳି ଅଘଟଣ ଖବର ପାଇ ହଷ୍ଟେଲ କର୍ତ୍ତୃପକ୍ଷ ପୋଲିସ କୁ ଖବର ଦେବା ସହିତ ବିନାୟକଙ୍କୁ ତଳକୁ ଆଣିଥିଲେ। ଏହାପରେ ତାଙ୍କୁ ହସପିଟାଲ ଆଣିଥିଲେ ମଧ୍ୟ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିନାୟକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ସେମାନେ ପୁଅର ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁନାହାନ୍ତି। ପୁଅକୁ କେହି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।
ସେପଟେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ଆଜିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ।




