ହସପିଟାଲରୁ ଚୋରି ହୋଇଥିବା ନବଜାତକ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ SNCU ରୁ ନବଜାତକ ନିଖୋଜ ମାମଲା I ଉଦ୍ଧାର ହୋଇଛି ନିଖୋଜ ଶିଶୁ I ହସପିଟାଲରୁ ୧୮ କିମି.ଦୂର ବୌଦ୍ଧ ଘଣ୍ଟପଡ଼ା ସାହାଜ ପିଟା ଗାଁରୁ ନବଜାତକ ଉଦ୍ଧାର ହୋଇଛି I ଉଦ୍ଧାର ପରେ ନବଜାତକକୁ ବଲାଙ୍ଗୀର ଅଣାଯାଇଛି I ଶୁକ୍ରବାର ଦିନ ଶିଶୁଟି ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁବିଭାଗ ବିଲ୍ଡିଂଗରୁ ଚୋରି ହୋଇଥିଲା I ଘଟଣାନୁସାରେ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗେଡି ଗାଁର ସୁଶୀଲ ସ୍ୱାଇଁ ଓ […]

Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ SNCU ରୁ ନବଜାତକ ନିଖୋଜ ମାମଲା I ଉଦ୍ଧାର ହୋଇଛି ନିଖୋଜ ଶିଶୁ I ହସପିଟାଲରୁ ୧୮ କିମି.ଦୂର ବୌଦ୍ଧ ଘଣ୍ଟପଡ଼ା ସାହାଜ ପିଟା ଗାଁରୁ ନବଜାତକ ଉଦ୍ଧାର ହୋଇଛି I ଉଦ୍ଧାର ପରେ ନବଜାତକକୁ ବଲାଙ୍ଗୀର ଅଣାଯାଇଛି I ଶୁକ୍ରବାର ଦିନ ଶିଶୁଟି ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁବିଭାଗ ବିଲ୍ଡିଂଗରୁ ଚୋରି ହୋଇଥିଲା I

ଘଟଣାନୁସାରେ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗେଡି ଗାଁର ସୁଶୀଲ ସ୍ୱାଇଁ ଓ ତାଙ୍କ ପତ୍ନୀ ଝୁମକୀ ସ୍ୱାଇଁଙ୍କୁ ପ୍ରସବ ପାଇଁ ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲରେ ଭର୍ତି କରିଥିଲେ I ଝୁମକୀ ଶୁକ୍ରବାର ଭୋର ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ I ତେବେ ଶିଶୁପୁତ୍ରଟିର ଓଜନ କମ ଥିବାରୁ ଶୁକ୍ରବାର ଦିନ ୧୧ଟା ବେଳେ ଚିକିତ୍ସା ପାଇଁ SNCU ରେ ଭର୍ତି କରାଯାଇଥିଲା I କିନ୍ତୁ ସେହିଦିନ ୩ ଟା ବେଳକୁ ପିଲାଟି SNCU ରୁ ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ I ପିଲାଟିକୁ ଫେରାଇ ଆଣିବା ଦାବିରେ ହସ୍ପିଟାଲ ଭିତରେ ପରିବାର ଲୋକେ ଧାରଣାରେ ବସିଥିଲେ I ଏହାପରେ ହସ୍ପିଟାଲ କର୍ତୃପକ୍ଷ ସିସିଟିଭି ଆଧାରରେ ଜଣେ ଅଚିହ୍ନା ଯୁବକ ପିଲାଟିକୁ ନେଇଥିବାର ଜାଣିବାକୁ ପାଇଥିଲେ I ପୋଲିସ ସହାୟତାରେ ପିଲାଟିକୁ ୧୮ କିମି.ଦୂର ବୌଦ୍ଧ ଘଣ୍ଟ ପଡ଼ା ସାହାଜ ପିଟା ଗାଁରୁ ନବଜାତକକୁ ଉଦ୍ଧାର କରାଯାଇଛି I ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ,ପୋଲିସ ଘଟଣାର ଛାନଭିନ ଚଳାଇଛି I

Tags: