STF ପଞ୍ଝାରେ ବାଘଛାଲ ବେପାରୀ

ରାୟଗଡା : ରାୟଗଡା ଜିଲାରୁ ୨ ଜଣ ବାଘଛାଲ ବେପାରୀ ଗିରଫ I ରାୟଗଡ଼ା ଚାନ୍ଦିଲି ଥାନା ତମ୍ପରବିଦୁଣୀ ଛକ ନିକଟରୁ ୨ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌Iତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି । ସେଠାରେ ବାଘଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ମାଡି ବସିଥିଲା ଏସ୍‌ଟିଏଫ୍‌। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାୟଗଡା ଜିଲା ଚନ୍ଦ୍ରପୁର ଅଂଚଳର ବିକ୍ରମ ମାଝୀ ଓ ରାଜା ମାଝୀ । ବାଘକୁ କେଉଁ […]

Samaya Live Picture
Published On

ରାୟଗଡା : ରାୟଗଡା ଜିଲାରୁ ୨ ଜଣ ବାଘଛାଲ ବେପାରୀ ଗିରଫ I ରାୟଗଡ଼ା ଚାନ୍ଦିଲି ଥାନା ତମ୍ପରବିଦୁଣୀ ଛକ ନିକଟରୁ ୨ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌Iତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି । ସେଠାରେ ବାଘଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ମାଡି ବସିଥିଲା ଏସ୍‌ଟିଏଫ୍‌।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାୟଗଡା ଜିଲା ଚନ୍ଦ୍ରପୁର ଅଂଚଳର ବିକ୍ରମ ମାଝୀ ଓ ରାଜା ମାଝୀ । ବାଘକୁ କେଉଁ ଜଙ୍ଗଲରୁ କେବେ ଶିକାର କରାଯାଇଛି । ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଏବଂ ବାଘ ଛାଲ ବେପାରର ମାଷ୍ଟରମାଇଣ୍ଡ କିଏ ତାହା ଜାଣିବାକୁ ଅଧିକ ତଦନ୍ତ କରୁଛି ଏସ୍‌ଟିଏଫ୍‌ । ଏହାସହ ଜବତ ବାଘ ଛାଲକୁ ବୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ପଠାଯିବ ବୋଲି ଜଣାପଡିଛି । ଏ ନେଇ ଏସ୍‌ଟିଏଫ୍‌ କେସ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦(ବି) ସହ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ରାୟଗଡା କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକସ୍ଥଳେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ମିଳିଛି ।

Tags: