STF ପଞ୍ଝାରେ ବଜ୍ରକାପ୍ତା ବେପାରୀ

ଭୁବନେଶ୍ୱର : STF ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଘାଟ ନିକଟରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଏହାସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଏସ୍ଟିଏଫ୍ ଟିମ୍ । ସୂଚନା ଅନୁଯାୟୀ, ୧୦ ଲକ୍ଷ ଟଙ୍କାରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ହୋଇଥିଲା । ଏହି ଯୋଜନା କ୍ରମରେ ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଛକ ଦେଇ ବେପାରୀ ଜଣଙ୍କ ବଜ୍ରକାପ୍ତା ନେଇ ଯାଉଥିଲେ । ପୂର୍ବରୁ ସୂଚନା ପାଇଥିବା […]

Samaya Live Picture
Published On

ଭୁବନେଶ୍ୱର : STF ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଘାଟ ନିକଟରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଏହାସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଏସ୍ଟିଏଫ୍ ଟିମ୍ ।

ସୂଚନା ଅନୁଯାୟୀ, ୧୦ ଲକ୍ଷ ଟଙ୍କାରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ହୋଇଥିଲା । ଏହି ଯୋଜନା କ୍ରମରେ ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଛକ ଦେଇ ବେପାରୀ ଜଣଙ୍କ ବଜ୍ରକାପ୍ତା ନେଇ ଯାଉଥିଲେ । ପୂର୍ବରୁ ସୂଚନା ପାଇଥିବା STF ଟିମ୍ ଦେବଗାଓଁ ବିଡି ଛକ ନିକଟରେ ଛକି ବସିଥିଲା । ବଜ୍ରକାପ୍ତା ବେପାରୀ ସେହି ରାସ୍ତା ଦେଇ ଯିବା ବେଳେ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେବକ ଧାରୁଆ। ସେହିପରି ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ STF ଟିମ୍ ଖୋଳତାଡ଼ ଜାରି ରଖିଛି । ଗିରଫ ବେପାରୀ ସେବକ ଧାରୁଆଙ୍କୁ ମଧ୍ୟ ଜେରା କରୁଛି ଏସ୍ଟିଏଫ୍ ।

Tags: